31.1 C
Bhubaneswar
Tuesday, March 24, 2026
Homeଓଡିଶାବିଜେଡି ଛାଡିବେ ୧୪ କର୍ପୋରେଟର !

ବିଜେଡି ଛାଡିବେ ୧୪ କର୍ପୋରେଟର !

କଟକ: କଟକ ବିଜେଡିରେ ବିଦ୍ରୋହ। ଦଳ ଛାଡିପାରନ୍ତି ୧୪ କର୍ପୋରେଟର । ରାଜ୍ୟସଭା ନିର୍ବାଚନ ପରେ ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ କରିଛନ୍ତି । ୨, ୩ ଦିନ ଭିତରେ ଇସ୍ତଫା ଦେଇପାରନ୍ତି ଚୌଦ୍ୱାର- କଟକ କର୍ପୋରେଟର । ବିଜେଡି ପକ୍ଷରୁ ଗତକାଲି ପ୍ରଭାତ ଓ ସୌଭିକଙ୍କ ହୋଇଥିଲା କୁଶପୁତ୍ତଳିକା ଦାହ । କଟକର ୫୩ ନଂ ୱାର୍ଡମେମ୍ବର , ବିଶ୍ୱବନ୍ଦିତା ପଣ୍ଡା ୫୫ ନମ୍ବର କର୍ପୋରେଟର କହିଛନ୍ତି, ଯେ, ଆମେ ପ୍ରଭାତ ବିଶ୍ୱାଳ ଏବଂ ସୌଭିକ ବିଶ୍ୱାଳ ସହ ଅଛୁ । ଆମେ ବିଜେଡିରେ ନାହୁଁ । ଗତକାଲି ଯେତେବେଳେ ସେମାନଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା , ଏହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦି ଦଳ ଛାଡିବେ ବିଜେଡି ପାଇଁ ଏକ ଅଡୁଆ ସୃଷ୍ଟି କରିବ । ରାଜ୍ୟ ରାଜନୀତିରେ ବଡ ହଟଚମଟ ଦେଖାଦେବ । କେବଳ କଟକ ଚୌଦ୍ୱାର ନୁହେଁ , ବାରବାଟୀ କଟକ ନିର୍ବାଚନୀ ମଣ୍ଡଳୀରୁ ଏକାଧିକ କର୍ପୋରେଟର ବିଜେଡି ଛାଡିପାରନ୍ତି ବୋଲି ଯାହା ସୂଚନା ମିଳିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking