31.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଧର୍ମ ପରିବର୍ତ୍ତନ କଲେ ଏସସି ମାନ୍ୟତା ରଦ୍ଦ

ଧର୍ମ ପରିବର୍ତ୍ତନ କଲେ ଏସସି ମାନ୍ୟତା ରଦ୍ଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏସସି ଏସଟି ମାମଲାରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଜଣେ ବ୍ୟକ୍ତି ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ଓ ସେହି ଧର୍ମ ଅନୁସାରେ ରହିବା ପରେ ତାଙ୍କୁ ଆଉ ଏସସି, ଏସଟି ରେ ଶ୍ରେଣୀଭୁକ୍ତ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ପୂର୍ବ ନିଷ୍ପତ୍ତିକୁ କାଏମ ରଖି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ ଏନ. ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ହିନ୍ଦୁ ଶୀଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଗ୍ରହଣ କଲେ ଅନୁସୁଚିତ ଜାତିର ସମସ୍ତ ସାମ୍ବିଧାନିକ ସୁବିଧା ଓ ସୁରକ୍ଷା ତୁରନ୍ତ ସମାପ୍ତ ହୋଇଯିବ ଏଥିରେ କୌଣସି ବ୍ୟତିକ୍ରମ ପାଇଁ ସ୍ଥାନ ନାହିଁ ବୋଲି କୋର୍ଟ କହିଛନ୍ତି ।ଏହି ମାମଲା ଜଣେ ”ପାଦ୍ରୀ”(ଧର୍ମଗୁରୁ)ଙ୍କ ସହ ଜଡ଼ିତ ଥିଲା, ଯିଏ ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ପରେ ମଧ୍ୟ ନିଜକୁ ଅନୁସୂଚିତ ଜାତି ବୋଲି ଦାବି କରି ଏସସି/ଏସଟି ଅତ୍ୟାଚାର ନିରୋଧ ଅଧିନିୟମ ଅଧୀନରେ ଏକ ମାମଲା ଦାୟର କରିଥିଲେ। ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ ଏହି ମାମଲାକୁ ଖାରଜ କରି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking