ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସର ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଓ ୱାର ରୁମ ପକ୍ଷରୁ ଆଜି ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ଭଗତ ସିଂଙ୍କ ଶ୍ରାଦ୍ଧ ଉତ୍ସବ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତାଗଣ ସ୍ୱର୍ଗତ ସିଂଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଶ୍ରୀ ଦାସ ଗଣମାଧ୍ୟମକୁ ସମ୍ବୋଧିତ କରି କହିଲେ ଶହୀଦ ଭଗତ ସିଂଙ୍କ ବିପ୍ଳବ ଏବଂ ବଳିଦାନ ସାରା ଦେଶର ଜନତାଙ୍କ ପାଇଁ ସମ୍ମାନର ସହ ବଞ୍ଚିବା, ନିଜ ଅଧିକାର ପାଇଁ ଲଢ଼ିବା ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଆଦି ଶିକ୍ଷା ଓ ପ୍ରେରଣା ଦେଇଆସିଛି l
ବର୍ତ୍ତମାନ ଦେଶର ଅବସ୍ଥା ଯାହା ଆମକୁ ଭଗତ ସିଂହଙ୍କ ପଥ ଅନୁସରଣ କରି ଲଢ଼ିବାକୁ ପଡ଼ିବ କିନ୍ତୁ ଅହିଂସା ଉପାୟରେ ସଂଗ୍ରାମ କରିବାକୁ ପଡ଼ିବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଅଧ୍ୟକ୍ଷ, ୱାର ରୁମ ଅଧ୍ୟକ୍ଷ ମନୋରଞ୍ଜନ ଦାଶଙ୍କ ସହ କଂଗ୍ରେସ ନେତୃବୃନ୍ଦ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଅରବିନ୍ଦ ଦାସ, ଅଭୟ ସାହୁ, ଚିନ୍ମୟ ସୁନ୍ଦର ଦାସ, ବାଙ୍କନିଧି ବେହେରା, ଆଲୋକ ମହାନ୍ତି, ମିହିର ରଞ୍ଜନ ଆଚାର୍ଯ୍ୟ, ରାଜକିଶୋର ବାରିକ, ତରୁଣକାନ୍ତ ମିଶ୍ର, ଦେବାଶିଷ ମିଶ୍ର, ବିଜୟ ପ୍ରଧାନ, ମାଧବ ପଲେଇ, ହରିବନ୍ଧୁ ଶତପଥି, ବିଜ୍ଞାନ ଭୂୟାଁ, ଶିତୁ କର, ବସନ୍ତ ପଣ୍ଡା, ବିଜୟ ନାୟକ, ଖଗେଶ୍ୱର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।










