ମାଲକାନଗିରି: ମାଲକାନଗିରିଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଯବାନମାନେ ମାଓବାଦୀମାନଙ୍କ ଦ୍ବାରା ଲଗାଯାଇଥିବା ୩ଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି।ସୂଚନାନୁସାରେ, ପ୍ରତିଦିନ ଭଳି ସୁକମା ଜିଲ୍ଲାର ଜଗରଗୁଣ୍ଡା ୨୨୬ସିଆରପିଏଫ୍ କ୍ୟାମ୍ପର ଯବାନ ସର୍ଚ୍ଚ ଅପରେସନ୍ ପାଇଁ ଜଗରଗୁଣ୍ଡା ଓ ନାରସାପାରା ଅଂଚଳକୁ ଯାଇଥିଲେ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଜଂଗଲରେ ତିନିଟି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଏହି ତିନିଟି ଲ୍ୟାଣ୍ଡମାଇନ୍ ମଧ୍ୟରୁ ଗୋଟିଏ ୧ କିଲୋ, ୨ କିଲୋ ଓ ୪ କିଲୋ ଓଜନର ଥିଲା। ଏହି ବୋମାକୁ ଉଦ୍ଧାର ପରେ ତୁରନ୍ତ ବୋମା ନିଷ୍କ୍ରିୟ ଦଳକୁ ଘଟଣାସ୍ଥଳକୁ ଡକାଯାଇଥିଲା।










