ନୂଆଦିଲ୍ଲୀ: ପ୍ରତ୍ୟେକ ଚ୍ୟାଲେଞ୍ଜକୁ ଧୈର୍ଯ୍ୟ ଓ ଶାନ୍ତ ମନରେ ମୁକାବିଲା କରନ୍ତୁ । ବର୍ତ୍ତମାନ ସ୍ଥିତିରେ ଆମକୁ ଅତ୍ୟନ୍ତ ସତର୍କ ଓ ସଜାଗ ରହିବାକୁ ହେବ । ଗୁଜବ ପ୍ରଚାର ପ୍ରୟାସକୁ ସଫଳ ହେବାକୁ ଦେବା ଉଚିତ ନୁହେଁ । ସମସ୍ତ ରାଜ୍ୟ ସରକାରଙ୍କୁ ଆହ୍ୱାନ, କଳାବଜାରୀଙ୍କ ପ୍ରତି ସଜାଗ ରୁହ । ଏଭଳି ସମୟରେ କଳାବଜାରୀ ଓ ମହଜୁଦକାରୀ ସକ୍ରିୟ ହୋଇଯାଆନ୍ତି । ଏଥିପାଇଁ କଡା ପଦକ୍ଷେପ ଅତ୍ୟନ୍ତ ଜରୁରୀ କହିଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁଠାରେ ଏଭଳି ଅଭିଯୋଗ ଆସୁଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏକାଠି କାମ କଲେ ପ୍ରତ୍ୟେକ ଚ୍ୟାଲେଞ୍ଜକୁ ମୁକାବିଲା କରିପାରିବା ।










