27.1 C
Bhubaneswar
Monday, March 23, 2026
Homeଓଡିଶାମାର୍ଚ୍ଚ ୨୫ରୁ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି

ମାର୍ଚ୍ଚ ୨୫ରୁ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି

ପୁରୀ: ମାର୍ଚ୍ଚ ୨୫ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତିର ଶୁଭାରମ୍ଭ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମାର୍ଚ୍ଚ ୨୫ ଦିନ ୧୨ ଟା ୯ ରୁ ୧ ଟା ୪୫ ମଧ୍ୟରେ ରହିଛି ଶୁଭ ମୁହୁର୍ତ୍ତ। ତେବେ ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ଯେଭଳି ସୂଚାରୁରୂପେ ସମ୍ପୂର୍ଣ୍ଣ ହେବ ସେନେଇ ଆଜି ପୁରୀ ଗସ୍ତରେ ଆସି ଏକ ସମୀକ୍ଷା ବୈଠକ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନ ସାରି ଫେରିବା ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜ ପ୍ରତିକ୍ରିୟାରେ କହିଛନ୍ତି ରତ୍ନଭଣ୍ଡାର ମରାମତି ଏକ ଶୁଭ ମୁହୂର୍ତ୍ତ ରେ ହୋଇଥିଲା। ରତ୍ନଭଣ୍ଡାରର ଗଣତି ମଣତି ମଧ୍ୟ ଏକ ଶୁଭ ମୁହୂର୍ତ୍ତରେ ଆରମ୍ଭ ହେବାକୁ ଯାଉଛି। ଆଇନ ମନ୍ତ୍ରୀ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆସି ସମୀକ୍ଷା ବୈଠକ କରୁଛନ୍ତି । ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି, ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଆରବିଆଇ ଅଧିକାରୀ, ଖଣି ଓ ଭୂତତ୍ତ୍ବବିତ୍, ସ୍ବର୍ଣ୍ଣକାର, ବଣିଆ, ଭଣ୍ଡାର ମେକାପ ଏବଂ ପ୍ରାଧିକୃତ ସେବାୟତ ପ୍ରତିନିଧି ଏହି ବୈଠକରେ ଉପସ୍ଥିତ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking