ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବାଧିକ ତାପମାତ୍ରା କମିଥିଲା। କିନ୍ତୁ ରବିବାର କେତେକ ଅଞ୍ଚଳରେ ତାପମାତ୍ରା ବଢିଛି । ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରୀ ଥିବା ବେଳେ ଢେଙ୍କାନାଳରେ ୩୬.୧, ବରଗଡରେ ୩୫.୮ , ବୌଦ୍ଧରେ ୩୫. ୩ , ଟିଟିଲାଗଡ ଓ ତାଳଚେରରେ ୩୫ ଡିଗ୍ରୀ ସେଲସିୟସ ଲେଖାଏଁ ରହିଛି । ଭୁବନେଶ୍ୱରରେ ପାରଦ ୩୩. ୮ ଏବଂ ୩୨. ୬ ଡିଗ୍ରୀରେ ପହଞ୍ଚିଛି । ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବନାହିଁ । ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁରର, ମୟୁରଭଞ୍ଜ, କୋରାପୁଟ, ରାୟଗଡା, ଗଜପତି ଏବଂ କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।










