ଭୁବନେଶ୍ୱର: କ୍ରସ ଭୋଟିଂ କରିଥିବା ବିଧାୟକମାନଙ୍କ ଉତ୍ତର ସନ୍ତୋଷଜନକ ନୁହେଁ । ବିଜେଡି ଶୃଙ୍ଖଳା କମିଟି ସଦସ୍ୟ ସାରଦା ଜେନା ପ୍ରତିକ୍ରିୟା ରଖି କହିଛନ୍ତି, ବିଧାୟକଙ୍କ ଉତ୍ତରକୁ ତର୍ଜମା କରି ସାରାଂଶ ମୁଖ୍ୟଙ୍କ ପାଖକୁ ପଠାଯାଇଛି । ନୀତି ନିୟମ ଓ ସମ୍ବିଧାନ ଅନୁଯାୟୀ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନିଆଯିବ । ବିଜୁ ଜନତା ଦଳ ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦିଏ । କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ । ଦଳର ସଭାପତି ନବୀନ ବାବୁ ଆକ୍ସନ ନେବା ମୁଡରେ ଅଛନ୍ତି । ଅନ୍ୟ ଯେଉଁମାନେ ବିଶୃଙ୍ଖଳିତ ହେଉଛନ୍ତି ସେମାନଙ୍କ ଉପରେ ନଜର ରହିଛି । କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ଉପରେ ଚେତାବନୀ ସଦୃଶ୍ୟ ଆକ୍ସନ ହେବ ।










