30.1 C
Bhubaneswar
Saturday, March 21, 2026
Homeଓଡିଶାବସ୍ତା ଭିତରୁ ମିଳିଲା ଛାତ୍ରୀଙ୍କ ମୃତଦେହ

ବସ୍ତା ଭିତରୁ ମିଳିଲା ଛାତ୍ରୀଙ୍କ ମୃତଦେହ

ମୟୁରଭଞ୍ଜ: ବସ୍ତା ଭିତରୁ ମିଳିଲା ନାବାଳିକା ଛାତ୍ରୀଙ୍କ ମୃତଦେହ । ଗତକାଲି ସନ୍ଧ୍ୟାରୁ ନିଖୋଜ ଥିବା ଜଣେ ଛାତ୍ରୀଙ୍କ ମୃତଦେହ ମଧ୍ୟ ଜଙ୍ଗଲରେ ପଡିଥିବା ଦେଖିବାକୁ ମିଳିଥିଲା । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବଣସାହିରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗତକାଲିଠୁ ନିଖୋଜ ଥିଲେ । ଆଜି ତାଙ୍କର ମୃତଦେହ ଏକ ବାଉଁଶ ବୁଦା ମୂଳରୁ ଅଖା ଭିତରୁ ଠାବ ହୋଇଛି । କେହି ଦୁର୍ବୃତ୍ତ ତଣ୍ଟି ଚିପି ହତ୍ୟା ପରେ ଆଣି ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ସହ କରଞ୍ଜିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ନାବାଳିକାଙ୍କର ମୃତ୍ୟୁ କିପରି ହେଲା ତାହାର କାରଣ ଅସ୍ପଷ୍ଟ ରହିଛି । ନାବାଳିକା ଜଣଙ୍କ ବଡସାହି ଅଞ୍ଚଳର ବୋଲି ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking