ଭୁବନେଶ୍ୱର: ବିଧାୟକ ନଥାଇ ପ୍ରତାପ ଜେନା କେମିତି ସରକାରୀ କ୍ୱାର୍ଟର୍ସରେ ରହିଲେ? ଏକଥା ଆମେ ପଚାରୁନୁ । ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଏମିତି ପ୍ରଶ୍ନ କରିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ ପ୍ରତାପ ଜେନା ଏବେ କିଛି ନାହାନ୍ତି । ତେବେ କ’ଣ ପାଇଁ ସେ ସରକାରୀ କ୍ୱାର୍ଟର୍ସ ମାଡ଼ି ବସିଛନ୍ତି । ବିଗତ ଦିନରେ ଅନେକ ସରକାରୀ କ୍ୱାର୍ଟର୍ସ ମାଡ଼ି ବସିଥିଲେ । ସେମାନଙ୍କୁ ବିଦା କରାଯାଇଛି । ପ୍ରତାପ ଜେନା କାହିଁକି କ୍ୱାର୍ଟର୍ସ ଛାଡ଼ୁନାହାନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ଏହାଛଡ଼ା ଶ୍ରୀ ମହାପାତ୍ର କହିଛନ୍ତି ଯେ ବିଜେଡି ପତ୍ରଝଡ଼ା ଦେଉଛି । ଯଦୁ ବଂଶ ଭଳି ବିଜେଡି ଧ୍ୱଂସ ହେବ । ବିଜେଡି ଅନ୍ତଃକନ୍ଦଳ ଗତକାଲି ଦେଖିବାକୁ ମିଳିଲା ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।










