ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ସୁନା ରୂପାରେ ଦର ବଡ ହ୍ରାସ । ଆଜି ପୁଣି ୨୨ କ୍ୟାରେଟ ସୁନା ୧୦ ଗ୍ରାମକୁ ୨୭୫୦ ଟଙ୍କା ଶସ୍ତା ହୋଇଛି । ଦର ହ୍ରାସ ପରେ ସୂନା ଦର ୧ ଲକ୍ଷ ୩୩ ହଜାର ୮ ଶହ ଟଙ୍କା ହୋଇଛି ସେହିଭଳି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୨୯ ଶହ ୪୦ ଟଙ୍କା କମିଛି । ଗତ ସପ୍ତାହକ ମଧ୍ୟରେ ସୁନା ୧୨ ହଜାର ୫ ଶହ ୫୦ ଟଙ୍କା କମିଲାଣି । ସେହିପରି ରୂପା ବି ଏକାଥରେ ୧୦ ହଜାର ଟଙ୍କା ହ୍ରାସ ହୋଇଛି । ସପ୍ତାହକ ମଧ୍ୟରେ ରୂପା ୩୦ ହଜାର ଟଙ୍କା କମିଛି । ବର୍ତ୍ତମାନ ରୂପା କେଜି ଅଢେଇ ଲକ୍ଷରେ ପହଞ୍ଚିଛି । ମଧ୍ୟପ୍ରାଚ୍ୟ ମହା ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦର ଆକାଶଛୁଆଁ , ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ହ୍ରାସ , ମୁଦ୍ରା ସ୍ଥିତି ବୃଦ୍ଧି ଆଶଙ୍କାରେ ଅନିଶ୍ଚିତତା ବଢିଛି । ଯାହାର ପ୍ରଭାବ ସେପ ଆସେଟ କୁହାଯାଉଥିବା ସୁନା ଓ ରୂପା ଉପରେ ପଡିଛି ।









