30.1 C
Bhubaneswar
Saturday, March 21, 2026
Homeଓଡିଶାଥଣ୍ଡା ବୋତଲରେ ମଦ ଚାଲାଣ: ନାବାଳକ ଗିରଫ

ଥଣ୍ଡା ବୋତଲରେ ମଦ ଚାଲାଣ: ନାବାଳକ ଗିରଫ

ଭୁବନେଶ୍ୱର: ପୁଣି ଥଣ୍ଡା ବୋତଲରେ ଦେଶୀ ମଦ। ଆଉ ସେହି ମଦ ଚାଲାଣ କରୁଛନ୍ତି ନାବାଳକ। ଉଦଳା ପୋଲିସ ବସଷ୍ଟାଣ୍ଡରେ ଚଢ଼ାଉ କରି ଭୁବନେଶ୍ୱର ଯାଉଥିବା ରାଜାବାବୁ ନାମକ ଘରୋଇ ବସରୁ ଦେଶୀ ମଦ ଜବତ କରିା ପରେ ଖୋଲିଛି ମଦ ଚାଲାଣର ରହସ୍ୟ। ବସରେ ମଦ ନେଇ ଯାଉଥିବା ୩ ଜଣଙ୍କ ମଧ୍ୟରୁ ଜଣେ ନାବାଳକକୁ ପୋଲିସ ଅଟକ ରଖିଥିବାବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ଉଦଳା ଥାନା ପାଟଶାଣିପୁର ଅଞ୍ଚଳରୁ ଦେଶୀ ମଦ ବ୍ୟବହୃତ ଥଣ୍ଡା ବୋତଲରେ ପୁରାଇ ତାହାକୁ ଚାଲାଣ କରାଯାଉଥିଲା। ଥଣ୍ଡା ବୋତଲ ଗୁଡିକୁ ବ୍ୟାଗରେ ଭର୍ତ୍ତି କରି ଜଣେ ଯାତ୍ରୀଙ୍କ ଭଳି ବସରେ ବସିଥିଲେ ଏହି ନାବାଳକ ଏବଂ ତାଙ୍କର ଦୁଇ ସାଥି। ପାଟଶାଣିପୁରରୁ ଭୁବନେଶ୍ୱର ସାଲିଆସାହି ଏହି ମଦ ନେଇ ଯାଉଥିବାବେଳେ ଖବର ପାଇ ପୋଲିସ ମାଡି ବସିଥିଲା। ବସରୁ ୩ ଗୋଟି ବ୍ୟାଗ ସହ ୩୪ ଗୋଟି ଦେଶୀ ମଦ ଭର୍ତ୍ତି ଥଣ୍ଡା ବୋତଲ ପୋଲିସ ଜବତ କରିଛି। ଜବତ ବ୍ୟାଗ ଗୁଡିକ ଚିହ୍ନଟ ପାଇଁ ତାହା ଉପରେ ଚିହ୍ନ ମଧ୍ୟ ଦିଆଯାଇଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking