ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା । ବିଜେଡିରୁ ନିଲମ୍ବିତ ଯୁବ ଓ ଛାତ୍ର ବିଜେଡି ନେତା ହୋହଲ୍ଲା କରିଛନ୍ତି । ପ୍ରତାପ ଜେନାଙ୍କ ଘର ଆଗରେ ବାଣ ଫୁଟାଇବା ସହ ମିଠା ଖାଇଛନ୍ତି ବିକ୍ଷୋଭକାରୀ । ବିରୋଧ କରିବାରୁ ପ୍ରତାପଙ୍କ ଘରେ ଥିବା ଲୋକଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସୁରକ୍ଷା ଲୋଡିଲେ ପ୍ରତାପ ଜେନା । କମିଶନରେଟ ପୋଲିସ ଓ ଡିଜିପିଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ସସପେଣ୍ଡ ହୋଇଛନ୍ତି ୧୦ ଛାତ୍ର ଓ ଯୁବ ନେତା । ଅନ୍ୟପଟେ ଘର ଆଗରେ ହୋହଲ୍ଲା ନେଇ ମୁହଁ ଖୋଲିଲେ ବିଜେଡି ନେତା ପ୍ରତାପ ଜେନା । କହିଲେ ୧୫ରୁ ୨୦ ପିଲା ଆସି ମୋ ଘର ଆଗରେ ହୋହଲ୍ଲା କରିଥିଲେ । ମୁଁ ମାହାଙ୍ଗାରେ ଥିବା ସମୟରେ ହୋହଲ୍ଲା ସହ ଗାଳିଗୁଲଜ କରିଥିଲେ । ସିକ୍ୟୁରିଟି ଗାର୍ଡକୁ ବାଡେଇବା ସହ ତା ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । କେଉଁମାନେ କ୍ୟାମ୍ପସ ଭିତରକୁ ଆସିଥିଲେ, ଭିଡିଓରେ ସେ ସବୁ ରହିଛି । ଯେଉଁମାନେ ସସପେଣ୍ଡ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ଥିଲେ । ଘଟଣାର ୪୫ ମିନିଟ ପରେ ପହଞ୍ଚିି ଆମେ ପୋଲିସର ଦୃଷ୍ଟି ଆକର୍ଷଣ କଲୁ । ସୋସିଆଲ ମିଡିଆରେ ମୁଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ।










