27.1 C
Bhubaneswar
Wednesday, March 18, 2026
Homeଓଡିଶାବିଜୁ ବାବୁଙ୍କ ନାଁରେ ଟ୍ରଷ୍ଟ ନିଷ୍ପତ୍ତି ନେଇଥିଲି: ନବୀନ

ବିଜୁ ବାବୁଙ୍କ ନାଁରେ ଟ୍ରଷ୍ଟ ନିଷ୍ପତ୍ତି ନେଇଥିଲି: ନବୀନ

ଭୁବନେଶ୍ୱର: ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ବିଜୁ ବାବୁ ଚାରିଟେବୁଲ କାମ ପାଇଁ ଜଣାଶୁଣା ଥିଲେ । ବିଜ୍ଞାନର ପ୍ରଚାର ପ୍ରସାର ପାଇଁ କଳିଙ୍ଗ ୟୁନେସ୍କୋ ପୁରସ୍କାର ଦାନ କରିଥିଲେ । ମୁଁ, ମୋ ଭାଇଭଉଣୀ କଟକ ଆନନ୍ଦ ଭବନକୁ ଓଡିଶାବାସୀଙ୍କୁ ଦାନ କରିଥିଲୁ । ବେକ ଅପରେସନ ପାଇଁ ମୁମ୍ବାଇ ପୂର୍ବରୁ ପ୍ରଥମେ ଦିଲ୍ଲୀ ଯାଇଥିଲି । ସେଠି ଅନେକ ବଡ ଓକିଲ ଓ ସିଏଙ୍କୁ ଭେଟି ନିଷ୍ପତ୍ତି ନେଇଥିଲି । ମୁଁ ବିଜୁ ବାବୁଙ୍କ ନାଁରେ ଏକ ଟ୍ରଷ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । ମୋ ନିଜ ପାଣ୍ଠିରୁ ୧ ଲକ୍ଷ ଟଙ୍କାର ଛେଟ ଅର୍ଥ ରାଶିରୁ ଟ୍ରଷ୍ଟ ଆରମ୍ଭ କଲି । ବିଜେଡି କିମ୍ବା ଅନ୍ୟ ଦଳୀୟ ପାଣ୍ଠି ଏହି ଟ୍ରଷ୍ଟକୁ ଆସିବ ନାହିଁ ସ୍ପଷ୍ଟ କରୁଛି । ଏହି ଟ୍ରଷ୍ଟ ଓଡିଶା ବାସୀଙ୍କ ହିତ ପାଇଁ କାମ କରିବ କହିଛନ୍ତି ନବୀନ ପଟ୍ଟନାୟକ । କିନ୍ତୁ ଆସନ୍ତାକାଲି ପ୍ରମିଳା ମଲ୍ଲିକ ଏହାକୁ ସିଧା ଖଣ୍ଡନ କରିଥିଲେ । କହିଥିଲେ ଏପରି କିଛି ଟ୍ରଷ୍ଟ ନାହିଁ । କିଏ ଭୁଲରେ ପେପର ପ୍ରିଣ୍ଟ ବାହାର କରିଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking