25.1 C
Bhubaneswar
Monday, March 16, 2026
Homeଦେଶ ବିଦେଶଇରାନରୁ ଆର୍ମେନିଆ ଦେଇ ୫୫୦ ଭାରତୀୟଙ୍କୁ ଉଦ୍ଧାର

ଇରାନରୁ ଆର୍ମେନିଆ ଦେଇ ୫୫୦ ଭାରତୀୟଙ୍କୁ ଉଦ୍ଧାର

ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଯୁଦ୍ଧ ଲାଗି ରହିଥିବାବେଳେ ଭାରତ ଏହାର ନାଗରିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ସମସ୍ତ ପ୍ରୟାସ ଜାରି ରଖିଛି । ଇତିମଧ୍ୟରେ ଇରାନରୁ ୫୫୦ରୁ ଅଧିକ ଭାରତୀୟଙ୍କୁ ଫେରାଇ ଅଣାଯାଇଛି । ଆର୍ମେନିଆ ଦେଇ ଭାରତୀୟମାନେ ନୂଆଦିଲ୍ଲୀ ଫେରିଛନ୍ତି । ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ସୋମବାର ସ୍ଥଳ ସୀମା ପରିବହନକୁ ସହଜ କରିବା ପାଇଁ ଆର୍ମେନିଆର ସରକାର ଏବଂ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜୟଶଙ୍କର ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଏପରି କଷ୍ଟକର ସମୟରେ ସହାୟତା କରିଥିବାରୁ ଆର୍ମେନିଆର ପ୍ରଶଂସା କରିଥିଲେ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, ତେହେରାନ ସ୍ଥିତ ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ନିରାପଦ ସ୍ଥାନାନ୍ତର ପାଇଁ ସୀମାରେ ଭିସା ଏବଂ ପ୍ରବାସନ ଔପଚାରିକତାରେ ସହାୟତା କରିଥିଲା ।

ଆର୍ମେନିଆ ବ୍ୟତୀତ, ଦୂତାବାସର ସହାୟତାରେ ପ୍ରାୟ ୯୦ ଜଣ ଭାରତୀୟ ନାଗରିକ ମଧ୍ୟ ଇରାନରୁ ଆଜରବୈଜାନକୁ ପ୍ରବେଶ କରିଛନ୍ତି। ଇରାନରୁ ଆସିଥିବା ୫୫୦ ଲୋକଙ୍କ ଭିତରେ ୨୮୪ ଜଣ ଶ୍ରଦ୍ଧାଳୁ ଅଛନ୍ତି। ଜୟସ୍ବାଲ କହିଛନ୍ତି, ଯୁଦ୍ଧସ୍ଥିତି ମଧ୍ୟରେ ତେହେରାନରେ ଥିବା ଭାରତୀୟ ଦୂୂତାବାସ ପୂର୍ଣ୍ଣ କାର୍ଯ୍ୟକ୍ଷମ ଅଛି ଓ ତେହେରାନ ବାହାରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବାରେ ସାହାଯ୍ୟ କରୁଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ଏହାପୂର୍ବରୁ କହିଥିଲା ଯେ, ୯୦୦୦ ଭାରତୀୟ ବର୍ତ୍ତମାନ ଇରାନରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର, ନାବିକ, ବ୍ୟବସାୟୀ, ପ୍ରଫେସନାଲ ଓ ତୀର୍ଥଯାତ୍ରୀ । ଦୂତାବାସ ପକ୍ଷରୁ ସ୍ବଦେଶ ଫେରିବାକୁ ଚାହୁଥିବା ଭାରତୀୟ ନାଗରିକଙ୍କୁ ଆର୍ମେନିଆ କିମ୍ବା ଆଜରବାଇଜାନ୍‌ ଦେଇ ଆସିବାକୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking