25.1 C
Bhubaneswar
Monday, March 16, 2026
Homeଦେଶ ବିଦେଶକିସ୍ତୱାଡ଼ରେ ଭୂସ୍ଖଳନ:ଜଣେ ମୃତ, ୨୩୫ ଉଦ୍ଧାର

କିସ୍ତୱାଡ଼ରେ ଭୂସ୍ଖଳନ:ଜଣେ ମୃତ, ୨୩୫ ଉଦ୍ଧାର

ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଏକ ଜଳ ବିଦ୍ୟୁତ ପ୍ରକଳ୍ପ ନିକଟରେ ଭୂସ୍ଖଳନ ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଜମ୍ମୁ ଓ କାଶ୍ମୀରରେ ବର୍ଷା ସହିତ ପ୍ରବଳ ତୁଷାରପାତ ଲାଗି ରହିଛି । ତୁଷାରପାତ ଭିତରେ ସିନ୍ଥନ ପାହାଡ଼ ଶୀର୍ଷରେ ଫସି ରହିଥିବା ମହିଳା ଓ ଶିଶୁଙ୍କ ସମେତ ୨୩୫ ଜଣଙ୍କୁ ଉଦ୍ଧାର କରାଯାଇଛି । ପ୍ରତିକୂଳ ପାଗ ଯୋଗୁଁ କିସ୍ତୱାଡ଼ ମ୍ୟୁନିସିପାଲଟି ଓ ନିକଟବର୍ତ୍ତୀ ଡୋଡା ଜିଲ୍ଲାରେ ସୋମବାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । କିସ୍ତୱାଡ଼ ଜିଲ୍ଲାର ଦାଙ୍ଗଡୁରୁଠାରେ ଥିବା ଜଳବିଦ୍ୟୁତ ପ୍ରକଳ୍ପ ନିକଟରେ ରବିବାର- ସୋମବାର ରାତିରେ ଭୂସ୍ଖଳନ ହୋଇଥିଲା। ଦୁଇ ଜଣ ଶ୍ରମିକ ଭୂସ୍ଖଳନ ଯୋଗୁଁ ସେଠାରେ ଫସି ଯାଇଥିଲେ। ଜଣେ ଶ୍ରମିକଙ୍କୁ ଆହତାବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅନ୍ୟ ଜ‌ଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।ଅନ୍ୟ ଏକ ଘଟଣାରେ ଜମ୍ମୁ ଅଞ୍ଚଳର କିସ୍ତୱାଡ଼କୁ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲା ସହିତ ସଂଯୋଗ କରୁଥିବା ସିନ୍ଥନ ପାହାଡ଼ ଶୀର୍ଷରେ ପ୍ରବଳ ତୁଷାରପାତ ଯୋଗୁଁ ଅନେକ ଯାତ୍ରୀ ଫସି ରହିଥିଲେ । ୩୮ଟି ଗାଡ଼ିରେ ଯାଇଥିବା୨୩୫ ଜଣ ଯାତ୍ରୀଙ୍କୁ ପୁଲିସ, ସେନା ଏବଂ ନାଗରିକ ପ୍ରଶାସନର ମିଳିତ ଉଦ୍ଧାର ଅଭିଯାନରେ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking