ଭୁବନେଶ୍ୱର: ଭୁବନେଶ୍ୱର-କଟକ ମଧ୍ୟରେ ଚାଲିବ ନମୋ ଭାରତ ଟ୍ରେନ। ଭୁବନେଶ୍ୱର ଓ କଟକ ମଧ୍ୟରେ ଯାତାୟାତ ଲାଗି କେନ୍ଦ୍ର ସରକାର ନମୋ ଭାରତ ନାମକ ବିକଳ୍ପ ଦ୍ରୁତ ରେଳ ବ୍ୟବସ୍ଥା ଉପରେ ବିଚାର କରୁଛନ୍ତି।ଟ୍ୱିନସିଟିରେ ସାଧାରଣ ପରିବହନ ସେବାକୁ ମଜଭୁତ କରିବା ପାଇଁ କେନ୍ଦ୍ର ସରକାର ନମୋ ଭାରତ ରାପିଡେକ୍ସ ଟ୍ରେନ୍ ଚଳାଇବାକୁ ଯୋଜନା କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି।ଭୁବନେଶ୍ୱର କଟକ ମଧ୍ୟରେ ସରକାର ଏକ ନୂତନ ରେଳ ଲାଇନର ମଧ୍ୟ ଯୋଜନା କରୁଛନ୍ତି ଯେଉଁଠାରେ ନମୋ ଭାରତ ଟ୍ରେନ୍ ବାରମ୍ବାର ଚାଲିପାରିବ। ପ୍ରାୟ ୩୦ ମିନିଟ୍ ବ୍ୟବଧାନରେ ଟ୍ରେନ ଚାଲିବ। ତେବେ ଯଦି ମେଟ୍ରୋ ପ୍ରକଳ୍ପ କରାଯାଏ ତେବେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ବୋଲି କହିଛନ୍ତି ରେଳମନ୍ତ୍ରୀ।ସାଧାରଣ ରେଲୱେ ଟ୍ରାକ ବିଛାଇବାକୁ କିଲୋମିଟର ପିଛା ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ମେଟ୍ରୋ ଟ୍ରାକ ପାଇଁ କିଲୋମିଟର ପିଛା ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ।










