30.1 C
Bhubaneswar
Saturday, March 14, 2026
Homeଦେଶ ବିଦେଶଏଲପିଜି ଅଭାବ: କେରଳ ଛାଡ଼ୁଛନ୍ତି ପ୍ରବାସୀ ଶ୍ରମିକ

ଏଲପିଜି ଅଭାବ: କେରଳ ଛାଡ଼ୁଛନ୍ତି ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବିଭୀଷିକା। ଆମେରିକା- ଇସ୍ରାଏଲର ମିଳିତ ଉଦ୍ୟମରେ ଇରାନ ଉପରକୁ ଘନ ଘନ ମିସାଇଲ ମାଡ । ଆଉ ଇରାନ ମଧ୍ୟ ଆମେରିକା- ଇସ୍ରାଏଲ ଉପରକୁ ଡ୍ରୋନ, ମିଶାଇଲ ମାଡ କରୁଛି । ଯୁଦ୍ଧ ଥମିବାର ନାଁ ନେଉନାହିଁ । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ୧୫ ଦିନ ବିତିଗଲେ ହେଁ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଇସ୍ରାଏଲ, ଇରାନ, ଆମେରିକା କେହି ବି ରାଜି ହେଉ ନାହାଁନ୍ତି । ଏନେଇ ବିଶ୍ୱରେ ଅରାଜକତା, ଅପ୍ରୀତିକର, ଅଭାବ ଦେଖାଦେଇଛି। ଯୁଦ୍ଧର ପ୍ରଭାବ ରାଜ୍ୟବ୍ୟାପୀ ପ୍ରଥମ କରି ତୈଳ ଓ ଗ୍ୟାସ ଯୋଗାଣ ଉପରେ ପଡିଛି। ରାଜ୍ୟରେ ଦେଖାଦେଇଛି ଏଲପିଜି ଅଭାବ । ଯାହା ଏବେ ବଡ ସଙ୍କଟ ସୃଷ୍ଟି କରିଛି । ଗ୍ୟାସ ଅଭାବ ନେଇ ଚାରିଆଡେ ହାହାକାର ପରିସ୍ଥିତି । ଖାଲି ଓଡିଶା ନୁହେଁ, କେରଳମ , ତାମିଲନାଡୁ, ଆସାମ ସବୁଠି ସମାନ ସଙ୍କଟ ।

ରାଜ୍ୟରେ ଏଲପିଜି ଅଭାବ ଦେଖାଦେଇଥିବାରୁ କେରଳରେ କିଛି ରେଷ୍ଟୁରାଣ୍ଟ ଏବଂ ହୋଟେଲଗୁଡିକୁ ବନ୍ଦ କରିଦିଆଯାଇଥିଲା । ଯାହାଫଳରେ ସେମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ବାଧ୍ୟ ହୋଇଛନ୍ତି।ପଶ୍ଚିମବଙ୍ଗ ଏବଂ ଆସାମରୁ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ରାଜ୍ୟରେ ନିର୍ବାଚନର ଗୋଟିଏ ସପ୍ତାହ ପୂର୍ବରୁ ଘରକୁ ଯିବେ। ରାମଜାନ ପାଖେଇ ଆସୁଥିବାରୁ ପ୍ରବାସୀ ଶ୍ରମିକମାନେ ନିଜ ନିଜ ସ୍ଥାନକୁ ପଳାଇ ଯାଉଛନ୍ତି। ଏନେଇ କେରଳ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନର ରାଜ୍ୟ ସଭାପତି ଜୟପାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟରେ ଗ୍ୟାସ ସଙ୍କଟ ଦେଖାଦେଇଛି । ବର୍ତ୍ତମାନ ସେମାନଙ୍କ ରାଜ୍ୟରେ ନିର୍ବାଚନ ଥିବାରୁ ସେମାନେ ନିର୍ବାଚନର ଗୋଟିଏ ସପ୍ତାହ ପୂର୍ବରୁ ହିଁ ଯିବେ । ଏହି ସଙ୍କଟ ଖୁବ ଶୀଘ୍ର ସମାଧାନ ହେବ ବୋଲି ମଧ୍ୟ କହିଛନ୍ତି । ଇରାନ ମଧ୍ୟ ଭାରତର ଦୁଇଟି ଏଲପିଜି ବୋଝେଇ ଜାହାଜକୁ ହର୍ମୁଜ ଜଳପଥ ଦେଇ ଯିବାକୁ ଅନୁମତି ଦେଇଛି ।ଇରାନର ଏହି ପଦକ୍ଷେପ ଭାରତ ପାଇଁ ଆଶ୍ୱସ୍ତିକର ଖବର ।

ଏପଟେ କେନ୍ଦ୍ର ସରକାର ଲଗାତାର ଭାବେ କହୁଛନ୍ତି ଯେ ଦେଶରେ ଏଲପିଜି ଅଭାବ ନାହିଁ। ଘରେ ଘରେ ଏଲପିଜି ଯୋଗାଣ ନିରବଚ୍ଛିନ୍ନ କରିବାକୁ ସୁନିଶ୍ଚିତ କରାଯାଇଛି ଏବଂ ସିଲିଣ୍ଡର ପାଇଁ କୌଣସି ପ୍ରକାରର ଭୟଭୀତ ହେବାର ଆବଶ୍ୟକତା ନାହିଁ। ସମସ୍ତଙ୍କୁ ଅପିଲ କରି କହିଛନ୍ତି, ଆତଙ୍କିତ ହୋଇ ଗ୍ୟାସ ବୁକିଂ କରନ୍ତୁ ନାହିାଁ କଳାବଜାରୀ କିମ୍ବା ବୋଇନ ଭାବେ ଗଚ୍ଛିତ ରଖିଲେ କଡା ଆକ୍ସନ ହେବ। ଅନ୍ୟପଟେ ଓଡିଶାର କିଛି ଜିଲ୍ଲାରେ କେତେକ ଅସାଧୁ ବ୍ୟବସାୟୀ, ଏହାର ଫାଇଦା ଉଠାଇ ଗ୍ୟାସ ସିଲିଣ୍ଡର ବେଆଇନ ଭାବେ ଆଣି କଳାବଜାରୀ କରୁଛନ୍ତି । ଲୋକମାନଙ୍କୁ ଚଢା ଦରରେ ବିକ୍ରି କରୁଛନ୍ତି । ଏଲପିଜି ସମସ୍ୟାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି । କେଉଁଠି ବିକ୍ଷୋଭ ଆଉ କେଉଁଠି କଳାବଜାରୀ । କେତେ ସଜାଗ କରିଲେ ମଧ୍ୟ ନିୟମକୁ ଫୁ କରି ନିଜେ ଅଡୁଆଳରେ ନିଜେ ରହୁଛନ୍ତି ଲୋକେଏପରି ସ୍ଥିତିରେ ଲୋକମାନେ ସହର ଛାଡି ଗାଁ ମୁଁହା ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking