27.1 C
Bhubaneswar
Friday, March 13, 2026
Homeଓଡିଶାଗ୍ୟାସ୍‌ର ଅଭାବକୁ ନେଇ ଗର୍ଜିଲା କଂଗ୍ରେସ

ଗ୍ୟାସ୍‌ର ଅଭାବକୁ ନେଇ ଗର୍ଜିଲା କଂଗ୍ରେସ

ମାଲକାନଗିରି: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶକ୍ରମେ ଦେଶରେ ଗ୍ୟାସ୍‌ର ଅଭାବ ଓ ଦରବୃଦ୍ଧିକୁନେଇ ପ୍ରତିବାଦରେ ଜିଲ୍ଲା ସଭାପତି ଜି.ଶ୍ରୀନିବାସ ରାଓଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଆଜି ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦେଶରେ ବଢୁଥିବା ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଏବଂ ବିଶେଷ କରି ରନ୍ଧନ ଗ୍ୟାସ୍ ଓ ପେଟ୍ରୋଲ ଡିଜେଲର ଆକାଶଛୁଆଁ ଦର ପ୍ରତିବାଦରେ ଆଜି ରାଜପଥକୁ ଓହ୍ଲାଇଛି ମାଲକାନଗିରି ଜିଲ୍ଲା କଂଗ୍ରେସ। କଂଗ୍ରେସ ନେତାଙ୍କ ଅଭିଯୋଗ ଅନୁଯାୟୀ, ଗୋଟିଏ ପଟେ ପେଟ୍ରୋଲିୟମ ମନ୍ତ୍ରୀ ଦେଶରେ ଗ୍ୟାସ କିମ୍ବା ତେଲର ଅଭାବ ନାହିଁ ବୋଲି କହୁଥିବା ବେଳେ ଅନ୍ୟପଟେ ବଜାରରେ ଏହାର ଦର ହୁ ହୁ ହୋଇ ବଢିଚାଲିଛି। ଆଗାମୀ ଦିନରେ ଦରଦାମ ନିୟନ୍ତ୍ରଣ କରାନଯାଏ, ତେବେ କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking