ନୂଆଦିଲ୍ଲୀ: ବେଙ୍ଗଲୁରୁରେ ଓଡିଶାର କଂଗ୍ରେସ ବିଧାୟକ ଥିବା ଥିବା ସ୍ପଷ୍ଟ କଲେ ଡିକେ ଶିବ କୁମାର । ଘୋଡା ବେପାର ଆଶଙ୍କା ଥିବାରୁ ଓଡିଶାର କଂଗ୍ରେସ ବିଧାୟକ ଆସିଛନ୍ତି । ମୁଁ ସେମାନଙ୍କୁ ଭେଟି ଆଲୋଚନା କରିବି କହିଛନ୍ତି ଡି.କେ ଶିବକୁମାର । ରାଜନୈତିକ ଦଳ ଭାବେ , ଘୋଡା ବେପାର ଭୟ ରହିବ । କାରଣ ବିଜେପି ଘୋଡା ବେପାର ପାଇଁ ଜଣାଶୁଣା । ଆମେ ଚାହୁଁ ନାହୁଁ ଏପରି ହେଉ, ମୁଁ ଯାଇ ସେମାନଙ୍କୁୁ ଭେଟିବି । ଏପଟେ କଂଗ୍ରେସ ମୁଖ୍ୟ ସଚେତକ ମାର୍ଚ୍ଚ ୧୬ ତାରିଖ ଯାଏଁ ଭୁବନେଶ୍ୱର ନ ଛାଡି ଯିବାକୁ ହ୍ୱିପ ଜାରି କରିଥିବା ବେଳେ କଂଗ୍ରେସର ୮ ବିଧାୟକ ବେଙ୍ଗାଲୁରୁର ଏକ ରିସର୍ଟରେ ଅଛନ୍ତି । ତାହାକୁ ନେଇ ଏକ ବଡ ପ୍ରସ୍ନ ଉଠିଛି । ନିୟମ ଭଙ୍ଗ କରି ବିଧାୟକ କିପରି ଗଲେ ସେମାନଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି ।









