33.1 C
Bhubaneswar
Friday, March 13, 2026
Homeଓଡିଶାସ୍ୱଇଚ୍ଛାରେ ବୁଲିବାକୁ ଯାଇଛନ୍ତି: ତାରା

ସ୍ୱଇଚ୍ଛାରେ ବୁଲିବାକୁ ଯାଇଛନ୍ତି: ତାରା

ଭୁବନେଶ୍ୱର: କଂଗ୍ରସର ୮ ବିଧାୟକ ସ୍ୱଇଚ୍ଛାରେ ବୁଲିବାକୁ ଯାଇଛନ୍ତି କହିଲେ କଂଗ୍ରେସ ବିଧାୟକ ତାରା ବାହିନୀ ପତି । କହିଛନ୍ତି, ତାଙ୍କୁ କିଏ ଜବରଦସ୍ତ ନେଇନାହାନ୍ତି, ନିଜ ଇଚ୍ଛାରେ ଯାଇଛନ୍ତି, ବହୁ ଦିନ ହେବ ବାହାରକୁ ଯାଇନଥିଲେ, ୨ ଦିନ ବୁଲି ଆସିବେ । ଏଥିରେ କୌଣସି ରାଜନୈତିକ ଅଭିସନ୍ଧି ନାହିଁ କହିଛନ୍ତି ତାରା । ଆମ ଦଳର ସବୁ ବିଧାୟକଙ୍କ ଉପରେ ଭରସା ଅଛି କହିଛନ୍ତି ତାରା । ଦଳର ନିଷ୍ପତ୍ତି ଅନୁଯାୟୀ ସେମାନେ ଭୋଟ ଦେବେ । ଏପଟେ କଂଗ୍ରେସ ମୁଖ୍ୟ ସଚେତକ ମାର୍ଚ୍ଚ ୧୬ ତାରିଖ ଯାଏଁ ଭୁବନେଶ୍ୱର ନ ଛାଡି ଯିବାକୁ ହ୍ୱିପ ଜାରି କରିଥିବା ବେଳେ କଂଗ୍ରେସର ୮ ବିଧାୟକ ବେଙ୍ଗାଲୁରୁର ଏକ ରିସର୍ଟରେ ଅଛନ୍ତି । ତାହାକୁ ନେଇ ଏକ ବଡ ପ୍ରସ୍ନ ଉଠିଛି । ନିୟମ ଭଙ୍ଗ କରି ବିଧାୟକ କିପରି ଗଲେ ସେମାନଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking