33.1 C
Bhubaneswar
Friday, March 13, 2026
Homeଓଡିଶାଗ୍ୟାସ୍‌ ସଙ୍କଟକୁ ନେଇ ବିଜେଡିର ପ୍ରତିବାଦ

ଗ୍ୟାସ୍‌ ସଙ୍କଟକୁ ନେଇ ବିଜେଡିର ପ୍ରତିବାଦ

ଭୁବନେଶ୍ୱର: ରାଜ୍ୟରେ ଦେଖାଦେଇଛି ଗ୍ୟାସ ସଙ୍କଟ । କଟକ ବାରବାଟି ବିଜେଡି ମହିଳା ପକ୍ଷରୁ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି ।କଟକ ବକ୍ସି ବଜାର ଛକ ନିକଟରେ ଜୋରଦାର ପ୍ରତିବାଦ କରିଛନ୍ତି । ରାଜରାସ୍ତାରେ ଗ୍ୟାସ ଚୁଳି ବଦଳରେ କାଠ ଚୁଲିରେ ଚା କରି ଲୋକଙ୍କୁ ବାଣ୍ଟୁଛନ୍ତି । ବିଜେଡି ନେତା ତଥା କଟକ ମେୟର ସୁବାସ ସିଂ କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତିକୁ ଦାୟୀ କରିଛନ୍ତି । ଡବଲ ଇଞ୍ଜିନ ସରକାର ଡବଲ ଧମାକା କରିବା ପରିବର୍ତ୍ତେ ଗ୍ୟାସ ସଙ୍କଟକୁ ରୋକିବାରେ ବିଫଳ ହୋଇଛି । ଆଗକୁ ଏହି ଆନ୍ଦୋଳନ ଆହୁରି ଜୋରଦାର କରାଯିବ । ମହିଳା କର୍ପୋରେଟର ମାନେ ଗ୍ୟାସ ସଙ୍କଟକୁ ନେଇ ବିଜେପି ବିଫଳ ହୋଇଛି ବୋଲି କହିଠଛନ୍ତି । ପଶ୍ଚିମ ଏସିଆର ଯୁଦ୍ଧ ଯୋଗୁଁ ଗ୍ୟାସ ସଙ୍କଟ ଏବେ ଘନେଇବାରେ ଲାଗିଲାଣି । ବୁକିଂ ହେଉଥିଲେ ଗ୍ୟାସ ଆସୁନି । ଅନେକ ସ୍ଥାନରେ ବୁକିଂ ମଧ୍ୟ ହେଉନି । ଗ୍ୟାସ ନଥିବାରୁ ଛୋଟ ଛୋଟ ଦୋକାନ ଓ ରେଷ୍ଟୁରାଣ୍ଟ ବନ୍ଦ ହେବାକୁ ବସିଲାଣି ଗ୍ୟାସ ସରିଲେ ଆଉ ବିକଳ୍ପ ନଥିବାରୁ ମାଲିକମାନେ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking