ଭୁବନେଶ୍ୱର: ହ୍ୱିପ ଭାଙ୍ଗିଲେ ୮ କଂଗ୍ରେସ ବିଧାୟକ । ୮ କଂଗ୍ରେସ ବିଧାୟକ ହ୍ୱିପ ଭାଙ୍ଗିଥିବା ଅଭିଯୋଗ ହୋଇଛି । ଅଶୋକ କୁମାର ଦାସ, ପବିତ୍ର, ସାଉଁଟା, ଫ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, କାଡ୍ରାକା ଆପାଲା ସ୍ୱାମୀ, ସିଏସ ରାଜନ ଏକକା, ମଙ୍ଗୁ ଖିଲ, ନୀଳମାଧବ ହିକକା , ଭକ୍ତ ଦାସ ହ୍ୱିପ ଭାଙ୍ଗିଥିବା ଅଭିଯୋଗ ହୋଇଛି । ୧୩ରୁ ୧୬ ଯାଏଁ ଭୁବନେଶ୍ୱର ନ ଛାଡିବାକୁ ନିର୍ଦ୍ଦେଶ ଥିଲା ଏବଂ କଂଗ୍ରେସ ଦଳ ମୁଖ୍ୟ ସଚେତକ ସିଏସ ରାଜନ ଏକ୍କା ହ୍ୱିପ ଜାରି କରିଥିଲେ । କିନ୍ତୁ ୮ କଂଗ୍ରେସ ବିଧାୟକ ହ୍ୱିପ ନମାନି ବେଙ୍ଗଲୁରୁ ଯାଇଛନ୍ତି । ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ୮ ବିଧାୟକ ବେଙ୍ଗଲୁରୁ ଯାଇଛନ୍ତି । ଏହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଏପଟେ ସୋଫିଆ କହିଛନ୍ତି,ବାହାରକୁ ଯିବାର କଣ ଆବଶ୍ୟକତା ରହିଛି । ଆମେ ନିର୍ବାଚିତ ଲୋକ ପ୍ରତିନିଧି , କଟକ ଭଳି ଶିକ୍ଷିତ ସହରରୁ ଆସିବୁ । ମୁଁ ଗଣମାଧ୍ୟମରୁ ଶୁଣିଲି ମତେ କିଛି କୁହାଯାଇନାହିଁ । ଆମେ ବି ନିଜେ ନିଜେ ନିଷ୍ପତ୍ତି ନେଇଛୁ ।










