ଅନୁଗୁଳ: ପାଲଲହଡା ଟାଉନ ଠାରୁ ୧୨ କିଲୋମିଟର ଦୂର ୧୪୯ ନମ୍ବର ଜାତୀୟ ରାଜପଥ ବାଲି ପଶି ଘାଟି ବୁଲାଣିରେ ରାତି ସାଢେ ୧୧ଟାରେ ତାଳଚେର ପଟୁ ପାଲଲହଡା ଆଡକୁ ଆସୁଥିବା ଏକ ତେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ବୁଲାଣିରେ ଓଲଟି ପଡିବାରୁ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ମାତ୍ରାରେ ଉପରକୁ ଉଠିଥିଲା ଯେ, ରାସ୍ତା ପାଶ୍ୱର୍ ଜଙ୍ଗଲକୁ ମଧ୍ୟନିଆଁ ବ୍ୟାପି ଯାଇଥିଲା । ଗାଡି ଭିତରେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ରହିଛି । ଖବର ପାଇ ଖମାର ପୋଲିସ ଓ ପାଲଲହଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ରାସ୍ତା ବନ୍ଦ ହୋଇଯାଇଥିବାରୁ ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ମୋଟର ଅଟକି ରହିଛି ।










