ଭୁବନେଶ୍ୱର: ଓଜନ ମାପରେ ଠକୁଛନ୍ତି ପେଟ୍ରୋଲ ପମ୍ପ ଓ ସୁନା ଦୋକାନୀ । ପେଟ୍ରୋଲ ପମ୍ପରୁ ଠକେଇ ନେଇ ୩ ବର୍ଷରେ ସାମ୍ନାକୁ ଆସିଛି ୧୦୯ କେସ । ପେଟ୍ରୋଲ ପମ୍ପରୁ ୧୩ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ଜରିମାନା ଆଦାୟ କରାଯାଇଛି । ସେହିପରି ଓଜନ ମାପରେ ବି ଠକୁଛନ୍ତି ସୁନା ଦୋକାନୀ । ୩ ବର୍ଷରେ ୮୦୬୫ ଚଢାଉରୁ ୧୬ଟି କେସ ସାମ୍ନାକୁ ଆସିଛି । ଅଢେଇ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ଜରିମାନା ଆଦାୟ କରାଯାଇଛି । ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖିଛନ୍ତି ।










