30.1 C
Bhubaneswar
Tuesday, March 10, 2026
Homeଓଡିଶାଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର

ଅଗ୍ନିକାଣ୍ଡରେ ଜଳିଗଲା ୭ ବଖରା ଘର

କେନ୍ଦ୍ରାପଡା: ଅଗ୍ନିକାଣ୍ଡ ଘଟି ଜଳିଗଲା ୭ଟି ବଖରା ଘର । କେନ୍ଦ୍ରାପଡା ଗରଦପୁର ବ୍ଲକର ବସନ୍ତପୁର ଗାଁରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବସନ୍ତପୁର ଗାଁର କୁଳମଣି ମଲ୍ଲିକ ଓ ଧୁଳ ମଲ୍ଲିକଙ୍କ ପରିବାରର ପ୍ରାୟ ୭ ବଖରା ଚାଳ ଛପର ଘର ଜଳିଯାଇଛି । ନିଆଁରେ ପୋଡି ପାଉଁଶ ହୋଇଯାଇଛି ଘରର ଆସବାବ ପତ୍ର, ଧାନ ଚାଉଳ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଅଗ୍ନିକାଣ୍ଡର ତୀବ୍ରତା ଅଧିକ ଥିବାରୁ ଚାହୁଁ ଚାହୁଁ ଘରଗୁଡିକ ଖୁବ କମ ସମୟ ମଧ୍ୟରେ ପୋଡି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇ ବିପନ୍ନ ପରିବାର ଏବେ ଖୋଲା ଆକାଶ ତଳେ ପଡି ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking