30.1 C
Bhubaneswar
Tuesday, March 10, 2026
Homeଓଡିଶାକମର୍ସିଆଲ ଏଲପିଜି: ଚିନ୍ତା ପ୍ରକଟ କଲା 'ହାରୋ'

କମର୍ସିଆଲ ଏଲପିଜି: ଚିନ୍ତା ପ୍ରକଟ କଲା ‘ହାରୋ’

ଭୁବନେଶ୍ୱର: ହୋଟେଲ / ରେଷ୍ଟୁରାଣ୍ଟକୁ କମର୍ସିଆଲ ସିଲିଣ୍ଡର ଯୋଗାଣ ବନ୍ଦ ପ୍ରସଙ୍ଗ । ହୋଟେଲ ଶିଳ୍ପକୁ ଗ୍ୟାସ ବନ୍ଦ କରିବାକୁ ଦାବିପତ୍ର ଦେଲା ହାରୋ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲା ହାରୋ । ମୁଖ୍ୟମନ୍ତ୍ରୀ , ମୁଖ୍ୟ ଶାସନ ସଚିବଙ୍କ ପାଖତୁ ମଧ୍ୟ ଦାବିପତ୍ର ପଠାଇଲେ । ହୋଟେଲ ରେଷ୍ଟୁରାଣ୍ଟକୁ ଦୈନନ୍ଦିନ କାର୍ଯ୍ୟ ଏଲପିଜି ଉପରେ ନିର୍ଭରଶୀଳ । ହଠାତ ଯୋଗାଣ ବନ୍ଦ କିମ୍ବା କମିଯିବାରୁ ଖାଦ୍ୟ ପ୍ରସ୍ତୁତି ପ୍ରଭାବିତ ହେବ । ରେଷ୍ଟୁରାଣ୍ଟକୁ ବନ୍ଦ କରିବାକୁ ପଡିପାରେ , ବୁକିଂ ବାତିଲ ସମ୍ଭାବନା ରହିଛି । ଖାଲି ହୋଟେଲ ଇଣ୍ଡଷ୍ଟ୍ରି ନୁହେଁ, ପର୍ଯ୍ୟଟନକୁ ମଧ୍ୟ କ୍ଷତିଗ୍ରସ୍ତ କରିବ । ଓଡିଶାରେ ୫୦ ହଜାର ଲୋକ ହୋଟେଲ ଶିଳ୍ପରେ କାମ କରୁଛନ୍ତି, ପ୍ରଭାବିତ ହେବେ । କମର୍ସିଆଲ ଏଲପିଜି ସିଲିଣ୍ଡର ପହଞ୍ଚାଇବାର ସୁବ୍ୟବସ୍ଥା ପାଇଁ ଅନୁରୋଧ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking