30.1 C
Bhubaneswar
Tuesday, March 10, 2026
Homeଓଡିଶାସଡକ ଦୁର୍ଘଟଣା: ୩ ମୃତ

ସଡକ ଦୁର୍ଘଟଣା: ୩ ମୃତ

ରାୟଗଡା: ରାୟଗଡା ବିଷମ କଟକ ଥାନା ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା । ଦୁର୍ଗୀ ଜଗନ୍ନାଥ ମନ୍ଦିର ନିକଟରେ ୩୬ ନମ୍ବର ରାଜ୍ୟ ରାଜପଥରେ ଦୁଇଟି ବାଇକ ମୁହାଁମୁହିଁ । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ରାୟଗଡା ପହଁଚିବା ପରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ପାଇ ବିଷମ କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking