ଗଞ୍ଜାମ: ଆଇସକ୍ରିମ ଫ୍ୟାକ୍ଟ୍ରିରେ ଗ୍ୟାସ ବିସ୍ପୋରଣ। ବିସ୍ଫୋରଣରେ ୪ ଆହତ, ୨ ଗୁରୁତର । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ତାଳ ପାଟଣା ଛକରେ ଘଟିଛି ଏଭଳି ଅଘଟଣ। ଏକ ଆଇସକ୍ରିମ କମ୍ପାନିରେ ହଠାତ୍ ଗ୍ୟାସ ବିସ୍ଫୋରଣ ହୋଇଥିଲା । ଆହତଙ୍କୁ ତୁରନ୍ତ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ୨ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତମାନେ ହେଲେ ରମେଶ ମହାପାତ୍ର, ହେମନ୍ତ ମହାପାତ୍ର, ସଭାପତି ମହାପାତ୍ର ଏବଂ ବିଦେଶୀ ପ୍ରଧାନ। ତେବେ କିପରି ଏବଂ କାହିଁକି ବିସ୍ଫୋରଣ ଘଟିଲା, ତାହା ଜଣାପଡ଼ିନାହିଁ ।










