31.1 C
Bhubaneswar
Monday, March 9, 2026
Homeଦେଶ ବିଦେଶବିଜୟଙ୍କୁ ସିବିଆଇ ସମନ

ବିଜୟଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ: ବିଜୟଙ୍କୁ ସିବିଆଇ ସମନ। କରୁରର ଦଳାଚକଟା ମାମଲା ସମ୍ପର୍କରେ ସିବିଆଇ ସୋମବାର ଅଭିନେତା ତଥା ଟିଭିକେ ମୁଖ୍ୟ ବିଜୟଙ୍କୁ ପଚରା ଉଚରା ପାଇଁ ସମନ କରିଛି । ପୂର୍ବରୁ ୧୨ ଓ ୧୯ ତାରିଖରେ ଏଜେନ୍ସି ମୁଖ୍ୟାଳୟରେ ପଚରାଉଚରା କରିଥିଲା । ତଦନ୍ତ ସମୟରେ ସିବିଆଇ ଏପରି ସାମଗ୍ରୀ ସଂଗ୍ରହ କରିଛି ଯାହା ଅଭିନେତାଙ୍କ ଠାରୁ ଅଧିକ ପଚରାଉଚରା ଏବଂ ସ୍ପଷ୍ଟୀକରଣ ଆବଶ୍ୟକ କରେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଏକ ଏସଆଇଟି ଠାରୁ ମାମଲାକୁ ହାତକୁ ନେଇଛି । ଏବଂ ତାମିଲନାଡୁର କରୁରରେ ବିଜୟଙ୍କ ରାଲି ସମୟରେ ସେପ୍ଟେମ୍ବର ୨୭ ରେ ହୋଇଥିବା ଦଳାଚକଟା ସହିତ ଜଡିତ ପ୍ରମାଣ ସଂଗ୍ରହ କରୁଛି । ସେଥିରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । ୬୦ରୁ ଅଧିକ ଆହତ ହୋଇଥିଲେ । ଗତ ବର୍ଷ ଅକ୍ଟୋବରରେ ସୁପ୍ରିମକୋର୍ଟ ନିର୍ଦ୍ଦେଷକଙ୍କୁ ତଦନ୍ତ ଦାୟିତ୍ୱ ନେବା ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ କହିଥିଲେ ।ଏବଂ ଏଜେନ୍ସିର ତଦନ୍ତ ତଦାରଖ କରିବା ପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଅଜୟ ରସ୍ତୋଗୀଙ୍କ ନେତୃତ୍ୱରେ ଏକ ପର୍ଯ୍ୟବେକ୍ଷକ କମିଟି ମଧ୍ୟ ଗଠନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking