ଭୁବନେଶ୍ୱର: ଓଡିଶାର ବରିଷ୍ଠ ସାମ୍ବାଦିକ ଆଶୁତୋଷ ମିଶ୍ରଙ୍କ ପରଲୋକ । ତାଙ୍କର ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିବା ସହ ବିଭିନ୍ନ ରାଜନେତା, ନାଗରିକ ସମାଜ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଶୋକ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ଖବର ଶୁଣି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ନିଜ ଏକ୍ସ ହ୍ୟାଣ୍ଡଲରେ ଟ୍ୱିଟ କରିଛନ୍ତି ଯେ, ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଆଶୁତୋଷ ମିଶ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଦୀର୍ଘଦିନର ସାମ୍ବାଦିକତା ଜୀବନରେ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
ସୂଚନାଥାଉ କି ଆଶୁତୋଷ ମିଶ୍ର ଜଣେ ଭୁବନେଶ୍ୱରର ସାମ୍ବାଦିକ । ତାଙ୍କର ଗଣମାଧ୍ୟମରେ ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି ଟାଇମ୍ସ ଅଫ ଇଣ୍ଡିଆରୁ ତାଙ୍କ କ୍ୟାରିଅର ଆରମ୍ଭ କରି ସେ ସଣ୍ଡେ ମେଲ, ଦି ପାୟୋନିୟର, ମେଲ ଟୁଡେ, ଡାଉନ ଟୁ ଅର୍ଥ ଏବଂ ଦି ଟେଲିଗ୍ରାଫ ଭଳି ଅନେକ ପ୍ରତିଷ୍ଠିତ ପ୍ରକାଶନରେ କାମ କରିଛନ୍ତି ମାନବ ଅବସ୍ଥା ଏବ ରାଜନୀତି ଉପରେ ବ୍ୟାପକ ଭାବରେ ରିପୋର୍ଟିଂ କରି ତାଙ୍କର ଏହି ପ୍ରସଙ୍ଗଗୁଡିକ ଉପରେ ଏକ ଅନନ୍ୟ ଦୃଷ୍ଟିକୋଣ ରହିଛି । ଆଶୁତୋଷ ମିଶ୍ରଙ୍କ ଲେଖାର ପ୍ରଭାବ ଏବଂ ସାମ୍ବାଦିକତା ପ୍ରତି ତାଙ୍କର ଅବଦାନ ମନେ ରହିବ । ତାଙ୍କ ମୃତ୍ୟୁ ଓଡିଶାର ଗଣମାଧ୍ୟମ ସମ୍ପ୍ରଦାୟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।










