32.1 C
Bhubaneswar
Monday, March 9, 2026
Homeଓଡିଶାଭୁଜାଲି ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ଭୁଜାଲି ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ: ବାହାଘର ବେଳେ ମରଣାନ୍ତକ ଆକ୍ରମଣ । ଭୁଜାଲି ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର । ବୌଦ୍ଧ ଜିଲ୍ଲା ସଦର ଥାନା କାଶଲପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ଗତକାଲି ରାତିରେ ବ୍ରାହ୍ମଣୀ ପାଲି ଗ୍ରାମପଞ୍ଚାୟତ ବକପାଲି ଗ୍ରାମରୁ କାଶଲପୁର ଗ୍ରାମକୁ ବରଯାତ୍ରୀ ଆସିଥିଲେ । ବାହାଘର ଭିଡିଓ ସୁଟିଂ ପାଇଁ ଦୁଇ ଜଣ କ୍ୟାମେରାମ୍ୟାନ ମଧ୍ୟ ଆସିଥିଲେ । ଏହି ସମୟରେ କ୍ୟାମେରାମ୍ୟାନ ବାସୁଦେବ ଝାଙ୍କର ଏବଂ ଶାନ୍ତୁନ କୁମାର ଝାଙ୍କରଙ୍କୁ ଭୁଜାଲିରେ ଦୁର୍ବୃତ୍ତମାନେ ଆକ୍ରମଣ କରି ଫେରାର ମାରିଥିଲେ । ଏହି ସମୟରେ କିଛି ଲୋକ ଗାଁ ସ୍କୁଲ ପାଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଯୁବକଙ୍କୁ ଦେଖି ଗାଁରେ ଯାଇ ଖବର ଦେଇଥିଲେ । ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଏବଂ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଉଭୟଙ୍କୁ ବୌଦ୍ଧ ଡାକ୍ତରଖାନା ଅଣାଯାଇଥିବା ବେଳେ ଡାକ୍ତର ବାସୁଦେବ ଝାଙ୍କରଙ୍କୁ ମୃତ ଘୋଷଣା କରିଥିଲେ । ଏବଂ ଶାନ୍ତନୁ ଝାଙ୍କରଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରିଥିଲେ । ତେବେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking