36.1 C
Bhubaneswar
Wednesday, March 4, 2026
Homeଦେଶ ବିଦେଶସେୟାର ବଜାରରେ ଭୂକମ୍ପ

ସେୟାର ବଜାରରେ ଭୂକମ୍ପ

ନୂଆଦିଲ୍ଲୀ: ଲଗାତାର ଦ୍ୱିତୀୟ ଦିନରେ କ୍ରାସ ହେଲା ଘରୋଇ ପୁଞ୍ଜି ବଜାର । ହୋଲିରେ ଖୁସି ଭିତରେ ନିବେଶକଙ୍କୁ ଦୁଃଖି କରିଦେଲା ବଜାରର ମାହୋଲ । ଆଜି ଭାରତୀୟ ସେୟାର ବଜାର ଖୋଲିବା ମାତ୍ରେ ସେନସେକ୍ସ ୧୭୦୦ ଅଙ୍କ ଏବଂ ନିଫ୍ଟି ୫୩୦ ପଏଣ୍ଟ ହ୍ରାସ ପାଇଥିଲା । ଯଦି ପ୍ରତିଶତରେ କହିବା, ତେବେ ବିଏସଇ ସେନସେକ୍ସ ୨.୧୭ ଓ ନିଫ୍ଟି ୨.୧୩ ପ୍ରତିଶତ ଖସିଥିଲା । ମାତ୍ର କିଛି ମିନିଟରେ ନିବେଶକଙ୍କ ୧୦ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଥିଲା । ବିଏସଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ୪୫୬.୯୦ ଲକ୍ଷ କୋଟିରୁ ହ୍ରାସ ପାଇଁ ୪୪୬.୪୫ ଲକ୍ଷ କୋଟି ଟଙ୍କା ହୋଇଥିଲା । ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ, ଅଶୋଧିତ ତୈଲର ମୂଲ୍ୟ ବୃଦ୍ଧି ଏବଂ ବିଦେଶୀ ନିବେଶକଙ୍କ ଦ୍ୱାରା ପୁଞ୍ଜି ପ୍ରତ୍ୟାହାର ଘରୋଇ ନିବେଶକଙ୍କ ମନୋବଳକୁ ଦୁର୍ବଳ କରିଛି। ଆଇଟି ବ୍ୟତୀତ ସମସ୍ତ ପ୍ରମୁଖ ସେକ୍ଟୋରାଲ ଇଣ୍ଡେକ୍ସ ଲାଲ ସଂକେତରେ କାରବାର କରୁଛି । ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ସୂଚକାଙ୍କ ମଧ୍ୟ ୨%ରୁ ଅଧିକ ହ୍ରାସ ପାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking