ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଐତିହାସିକ ଦୋଳ ମହାମିଳନ ଅନୁଷ୍ଠିତ ହୋଇଯାଇଛି । ଫଗୁ ଦଶମୀ ଦିନଠୁ ନିଜ ନିଜ ମନ୍ଦିରରୁ ବାହାରି ଗାଁ ପରିକ୍ରମା ସହ ଭୋଗଖାଇବା ପରେ ଭକ୍ତଙ୍କ ସଙ୍ଗେ ରଙ୍ଗ ଖେଳିଥାନ୍ତି ସମସ୍ତ ଜୀଉ । ତିନିଦିନ ଧରି ବିଭିନ୍ନ ସ୍ଥାନରେ ଭୋଗ ଖାଇ ରଙ୍ଗ ଖେଳିବାର ପରମ୍ପରା କରଞ୍ଜିଆ ସହରରେ ଶହ ଶହ ବର୍ଷର ପୁରୁଣା ପରମ୍ପରା । ମୟୂରଭଞ୍ଜର ଭାଇ ଚାରା ସହର କରଞ୍ଜିଆରେ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରୁଣା ଐତିହାସିକ ଦୋଳମେଳା ପାଇଁ ପୁରା ଅଞ୍ଚଳ ଏବେ ଉତ୍ସଵ ମୁଖର ହୋଇଉଠିଛି ।ପାଞ୍ଚପିଢ କରଞ୍ଜିଆ ସହରକୁ ରରୁଆଁ, ଯଶୀପୁର, ଠାକୁରମୁଣ୍ଡା ଓ ଶୁକୃଳି ବ୍ଳକରୁ ରାଧାକୃଷ୍ଣ ଜୀଉମାନେ ବିମାନରେ ଆସି ଶ୍ରଦ୍ଧାଳୁମାନଙ୍କ ସହିତ ହୋଲି ଖେଲିଥାନ୍ତି । ଭକ୍ତ ଆଉ ଭଗବାନଙ୍କ ମହାମିଳନ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକଙ୍କ ସୁଅ ଛୁଟିଥାଏ କରଞ୍ଜିଆ। ସେହିପରି ଜନ ଗହଳି ନିୟନ୍ତ୍ରଣ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କରଞ୍ଜିଆ SDPO ଙ୍କ ପକ୍ଷରୁ ସହର ସାରା ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି ।









