ଭୁବନେଶ୍ୱର: ପିସିସି ସଭାପତି ଭକ୍ତ ଦାସଙ୍କ ସହ କଥା ହେଲେ ଦିଲ୍ଲୀପ ରାୟ । ଫୋନରେ କଥା ହୋଇଛନ୍ତି କହିଲେ ଭକ୍ତ ଦାସ । ଏପଟେ ପ୍ରତିକ୍ରିୟା ରଖି କହିଛନ୍ତି, ସେ ମୋର ବନ୍ଧୁ, ଶେଷ ମୂହୂର୍ତ୍ତରେ କାହିଁକି ସ୍ୱାଧୀନ ପାର୍ଥି ହେଲେ ହେଲେ ଜାଣିନି । ମୁଁ ପୂର୍ବରୁ ତାଙ୍କୁ କହିଥିଲି ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ହେବାକୁ , କିନ୍ତୁ ସେ କିଛି ଉତ୍ତର ଦେଇନଥିଲେ, କିନ୍ତୁ ଏବେ ସ୍ୱାଧୀନ ପ୍ରାର୍ଥୀ ହେଉଛନ୍ତି । ଶେଷ ମୂହୁର୍ତ୍ତରେ ମୋତେ ସହଯୋଗ ମାଗିଲେ ମୁଁ କିଛି କରିପାରିବି ନାହିଁ । ଏହା ବିଚାରଗତ ଲଢେଇ, ଏଠି ସମ୍ପର୍କରେ ସ୍ଥାନ ନାହିଁ । ସୂଚନାଥାଉକି, ଆସନ୍ତାକାଲି ଦିଲ୍ଲୀପ ରାୟ ରାଜ୍ୟସଭା ନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦତ୍ତେଶ୍ୱର ହୋତାଙ୍କୁ ଚତୁର୍ଥ ପ୍ରାର୍ଥୀ ଭାବେ ଚୟନ କରିବା ବେଳେ କଂଗ୍ରେସ ଏହାକୁ ସମର୍ଥନ କରିଛି । ଯେତେବେଳେ ଦିଲ୍ଲୀପ ରାୟ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଯାଉଛନ୍ତି ସେତେବେଳେ ରାଜନୀତିରେ ଅଙ୍କ ଓଲଟପାଲଟ ହୋଇଯିବ କି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।










