ଭୁବନେଶ୍ୱର: ଦିଲ୍ଲୀପ ରାୟ ଜଣେ ବିଚକ୍ଷଣ ଓ ବୁଦ୍ଧି ସମ୍ପନ୍ନ ରାଜନେତା କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଜସ୍ୱ ଶକ୍ତି ବଳରେ ରାଜ୍ୟସଭାକୁ ଯିବାର ନଜିର ରହିଛି । ଆମ ଦଳର ସଭାପତି ଦିଲ୍ଲୀପଙ୍କୁ ସମର୍ଥନ ଘୋଷଣା କରି ସାରିଛନ୍ତି । ସ୍ପଷ୍ଟ ସଂଖ୍ୟା ନଥିଲେ ବି ସେ ସ୍ୱାଧୀନ ଭାବେ ବିଜୟୀ ହେବେ । ସଭାପତି ମନମୋହନ ସାମଲ, ସାଂସଦ ସୁଜିତ କୁମାର ଆମର ପ୍ରାର୍ଥୀ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଗୃହ ମନ୍ତ୍ରୀ ଅମିତ ସାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି ।










