ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେପି ଉନ୍ନିକୃଷ୍ଣଙ୍କର କେରଳରନ କୋଝିକୋଡର ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ଦେହାନ୍ତ ଘଟିଛି। ରିପୋର୍ଟ ଅନୁଯାୟୀ, କେ.ପି. ଉନ୍ନିକୃଷ୍ଣନ୍ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ଏବଂ କୋଝିକୋଡର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କ ଦେହାନ୍ତ ଖବର ରାଜନୈତିକ ଏବଂ ସାମାଜିକ ମହଲରେ ଶୋକର ଛାୟା ଖେଳିଗଲା । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଶୋକ ପ୍ରକାଶ କରି କହିଛନ୍ତି ଯେ, ରାଜ୍ୟ ଜଣେ ବରିଷ୍ଠ ନେତାଙ୍କୁ ହରାଇଲା ଯିଏ ଆଦର୍ଶ ଶକ୍ତି ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ଜନଜୀବନକୁ ସମୃଦ୍ଧ କରିଥିଲେ ।










