ଭୁବନେଶ୍ୱର: ବିଜେଡି ବୈଠକରେ ପହଞ୍ଚି ନ ପାରିବାର କାରଣ କହିଲେ ରମେଶ ଜେନା । କହିଲେ ପୂର୍ବ ସ୍ଥିରୀକୃତ କାର୍ଯ୍ୟ ପାଇଁ ବିଳମ୍ବ ହୋଇଗଲା । ଆଗରୁ କେବେ ବିଜେଡି- କଂଗ୍ରେସ ଗଠବନ୍ଧନ ହୋଇନଥିଲା । କିନ୍ତୁ ଏବେ କଣ ଭାବି ରାଜ୍ୟସଭାରେ ସମର୍ଥନ ଦେବେ କହୁଛନ୍ତି ମୁଁ ଜାଣିନି । କଂଗ୍ରେସ ବହୁ ବର୍ଷ ଧରି କ୍ଷମତାରେ ନାହିଁ , ଦୁର୍ବଳ ହୋଇଯାଇଛି । ସରକାରରେ ଥିବା ବେଲେ ବିଜେଡି ମୋତେ ବହୁ ହଇରାଣ କରିଛି । ମୋ ଭଳି ଅନେକଙ୍କୁ ହଇରାଣ ହରକତ କରିଥିଲେ । କିନ୍ତୁ ଦଳ ଯାହା ନିଷ୍ପତ୍ତି ନେବ ମୁଁ ତାକୁ ସମର୍ଥନ କରିବି ।









