28.1 C
Bhubaneswar
Friday, February 27, 2026
Homeଦେଶ ବିଦେଶବାଂଲାଦେଶରେ ୫.୪ ତୀବ୍ରତାର ଭୂକମ୍ପ ଅନୁଭୂତ

ବାଂଲାଦେଶରେ ୫.୪ ତୀବ୍ରତାର ଭୂକମ୍ପ ଅନୁଭୂତ

ବାଂଲାଦେଶ: ବାଂଲାଦେଶରେ ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ଥିଲା। ଲୋକମାନେ ଭୟଭୀତ ହୋଇ ଘର ଏବଂ କାର୍ଯ୍ୟାଳୟରୁ ବାହାରକୁ ବାହାରି ଆସିଥିଲେ । ଏହାର ପ୍ରଭାବ କୋଲକାତାରୁ ପଶ୍ଚିମବଙ୍ଗର ଅନେକ ଜିଲ୍ଲା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।ଭୂମିକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶରେ ଥିଲା। ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ବାଂଲାଦେଶ ପାଣିପାଗ ବିଭାଗ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ସାତଖିରା ଜିଲ୍ଲାର ଆଶାଶୁଶୁଣି ଉପଜିଲ୍ଲାରେ ଥିଲା। ଢାକାର ଆଗରଗାଁଓରେ ଥିବା ପାଣିପାଗ ବିଭାଗର କାର୍ଯ୍ୟାଳୟରୁ ଭୂମିକମ୍ପର କେନ୍ଦ୍ରସ୍ଥଳ ୧୮୮ କିଲୋମିଟର ଦୂରରେ ଥିଲା। ଅପରାହ୍ନ ପ୍ରାୟ ୧:୫୨ ସମୟରେ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking