28.1 C
Bhubaneswar
Friday, February 27, 2026
Homeଓଡିଶାଓଡ଼ିଶାରେ ୟୁ-ଡାଇସ୍ ପ୍ଲସ୍ ସମ୍ବନ୍ଧୀୟ ଜାତୀୟ କର୍ମଶାଳା ଉଦଘାଟିତ

ଓଡ଼ିଶାରେ ୟୁ-ଡାଇସ୍ ପ୍ଲସ୍ ସମ୍ବନ୍ଧୀୟ ଜାତୀୟ କର୍ମଶାଳା ଉଦଘାଟିତ

ଭୁବନେଶ୍ଵର: ଆଜି ଭୁବନେଶ୍ଵରସ୍ଥିତ ସ୍ଵସ୍ତି ପ୍ରିମିୟମଠାରେ ଦୁଇ ଦିବସୀୟ ୟୁ-ଡାଇସ୍ ପ୍ଲସ୍ (UDISE+ ) ସମ୍ବନ୍ଧୀୟ କର୍ମଶାଳା ଉଦଘାଟିତ  ହୋଇଯାଇଛି । ଏହି କର୍ମଶାଳାକୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧିନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଧୀରଜ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ କର୍ମଶାଳାକୁ ଉଦଘାଟିତ କରିଛନ୍ତି । ଏହି ଦୁଇ ଦିବସୀୟ କର୍ମଶାଳାରେ ସମଗ୍ର ଶିକ୍ଷା, ବିଭିନ୍ନ ଶିକ୍ଷା ବୋର୍ଡ଼ ଓ ଦେଶବ୍ୟାପୀ ମୁଖ୍ୟ ଶିକ୍ଷା ବିଭାଗ ଓ ସଂଗଠନମାନଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ତଥ୍ୟାଧାରିତ ଶିକ୍ଷା ପରିଚାଳନାକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି ।କର୍ମଶାଳାକୁ ଉଦଘାଟନ କରି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଶାସନ ସଚିବ ଶ୍ରୀ ଧୀରଜ ସାହୁ ସ୍ୱଚ୍ଛତା, ଦାୟିତ୍ୱବୋଧତା ଏବଂ ପ୍ରଭାବଶାଳୀ ନୀତି କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ନିମନ୍ତେ ନିର୍ଭରଯୋଗ୍ୟ ଓ ସମୟୋପଯୋଗୀ ଶିକ୍ଷାଗତ ତଥ୍ୟର ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଆଲୋକପାତ କରିଛନ୍ତି ଯେ ୟୁ-ଡାଇସ୍ ପ୍ଲସ୍ ଭଳି ଏକ ତଥ୍ୟ ପ୍ରଣାଳୀ ସମସ୍ତସ୍ତରରେ ସୂଚନାଭିତ୍ତିକ ନିଷ୍ପତ୍ତି ଗ୍ରହଣ ପାଇଁ ଅତ୍ୟନ୍ତ ଜରୁରୀ ।

ସ୍ୱାଗତ ଅଭିଭାଷଣ ପ୍ରଦାନ କରି, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ(DoSEL)ର ଉପ-ନିର୍ଦ୍ଦେଶକ (ଜେନେରାଲ୍) ଡକ୍ଟର ପଙ୍କଜ କେ.ପି. ଶ୍ରେୟାସକର, ଜାତୀୟ ଶିକ୍ଷା ନୀତି (NEP) 2020 ସମେତ ପ୍ରମୁଖ କେନ୍ଦ୍ରୀୟ ଯୋଜନାଗୁଡ଼ିକୁ ସମର୍ଥନ କରିବାରେ ୟୁ-ଡାଇସ୍ ପ୍ଲସ୍ ର ରଣନୈତିକ ଗୁରୁତ୍ୱ ଉପରେ ଆଲୋଚନା କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ସଠିକ୍ ତଥ୍ୟ ପ୍ରଭାବଶାଳୀ ଶିକ୍ଷା ଯୋଜନାର କାର୍ଯ୍ୟାନୟ୍ବନ ଓ ତଦାରଖ କରିବାରେ ସହାୟକ ହୋଇଥାଏ ।  କର୍ମଶାଳାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର କମିଶନର ଶ୍ରୀ ବିକାଶ ଗୁପ୍ତା, DoSELର ଅର୍ଥନୈତିକ ପରାମର୍ଶଦାତା ଶ୍ରୀମତୀ ଏ.ଶ୍ରୀଜା; ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ. ତିରୁମାଲା ନାୟକ ଏବଂ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସଙ୍କ ସମେତ କେନ୍ଦ୍ର ଏବଂ ରାଜ୍ୟ ଶିକ୍ଷା ସଂସ୍ଥାନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କର୍ମଶାଳାଟି ଶ୍ରୀମତୀ ଅଳକା ମିଶ୍ର, ମୁଖ୍ୟ ପରାମର୍ଶଦାତା, ଟି.ଏସ. ଜି, ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହେଉଅଛି ।

କର୍ମଶାଳରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମଗ୍ର ଶିକ୍ଷାର ପ୍ରକଳ୍ପ ନିର୍ଦ୍ଦେଶକ ଓ ରାଜ୍ୟ ଗୁଡ଼ିକର ପ୍ରତିନିଧି ସମେତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ସଦସ୍ୟ, ନବୋଦୟ ବିଦ୍ୟାଳୟ ସମିତି,  ଏନ.ଆଇ.ଓ.ଏସ., ସି. ବି.ଏସ. ଇ,   ଆଇ.ଏ.ଏଫ, ଏନ.ଇ.ଏସ,  ଓ ଭାରତ ସରକାରଙ୍କର ଶିକ୍ଷା ମନ୍ତ୍ରାଳୟର ବିଭିନ୍ନ ପଦାଧିକାରୀମାନେ ଯୋଗ ଦେଇଛନ୍ତି । କର୍ମଶାଳାରେ  ଓସେପାର ବିଭିନ୍ନ  ପଦାଧିକାରୀ ଓ ୩୦ଟି ଜିଲ୍ଲାର ସମଗ୍ର ଶିକ୍ଷାର ପ୍ରୋଗ୍ରାମର୍ ମାନେ ଯୋଗ ଦେଇଛନ୍ତି । ଏହି କର୍ମଶାଳରେ ୟୁ-ଡାଇସ୍ ପ୍ଲସ୍ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସେମାନଙ୍କର ୟୁ-ଡାଇସ୍ ପ୍ଲସ୍ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିବେ । ଏହି ଅବସରରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯକ୍ରମ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଦ୍ଵାରା ଓଡ଼ିଶା ପରିପ୍ରେକ୍ଷୀରେ ୟୁ-ଡାଇସ୍ ପ୍ଲସ୍ ର ଏକ ପୁସ୍ତିକାକୁ ଭାରତ ସରକାରଙ୍କର ଅତିରିକ୍ତ ଶାସନ ସଚିବଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଛି ।  ଉକ୍ତ କର୍ମଶାଳରେ ଓସେପାର ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଉପନିର୍ଦ୍ଦେଶିକ ଶ୍ରୀମତୀ ସି. ଏଚ.  ବିଜୟଲକ୍ଷ୍ମୀ କାର୍ଯକ୍ରମକୁ ସଂଚାଳନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking