33.1 C
Bhubaneswar
Friday, February 27, 2026
Homeଓଡିଶାଜନଶୁଣାଣି ବେଳେ ହାତାହାତି

ଜନଶୁଣାଣି ବେଳେ ହାତାହାତି

ବାଲେଶ୍ୱର: ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧିନସ୍ଥ ସେଖସରେଇ (କ) ବାଲି ସୈରାତ ପାଇଁ ଆୟୋଜିତ ଜନଶୁଣାଣି ରଣକ୍ଷେତ୍ରରେ ପରିଣତ ହୋଇଛି। ବାଲି ଖନନ ପାଇଁ ପରିବେଶ ମଞ୍ଜୁରୀ ନିମନ୍ତେ ଚାଲିଥିବା ଏହି ପ୍ରକ୍ରିୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ ଶେଷରେ ଜନଶୁଣାଣିକୁ ଅଧାରୁ ସ୍ଥଗିତ ରଖାଯାଇଛି।ଶୁଣାଣି ଚାଲିଥିବା ବେଳେ ବାଲି ଉତ୍ତୋଳନକୁ ସପକ୍ଷ ଓ ବିପକ୍ଷରେ ଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହା ଦେଖୁଦେଖୁ ଉଗ୍ରରୂପ ଧାରଣ କରିଥିଲା ଏବଂ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଓ ଗୋଷ୍ଠୀ ସଂଘର୍ଷ ଦେଖାଦେଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରାଯାଇଥିଲା। ଉତ୍ତେଜନା ଦେଖାଦେବାରୁ ସୁରକ୍ଷା ଦୃଷ୍ଟିରୁ ଜନଶୁଣାଣିକୁ ଅଧାରୁ ବନ୍ଦ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking