ଭୁବନେଶ୍ୱର: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଶୁକ୍ରବାର ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଓଡ଼ିଶାର ଦଳର ସାଂଗଠନିକ ସ୍ଥିତି ଓ ସମନ୍ବୟ ଉପରେ ଆଲୋଚନା କରିଛନ୍ତି।ବୈଠକ ପରେ ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି, ‘ଆଜି ଭାରତୀୟ ଜନତା ପାର୍ଟିର ସଭାପତି @NitinNabin ଜୀଙ୍କୁ ଭେଟିଛନ୍ତି ଏବଂ ଓଡ଼ିଶାରେ ସାଂଗଠନିକ ସମନ୍ବୟକୁ ସୁଦୃଢ଼ କରିବା ଏବଂ ବିକାଶ ପଦକ୍ଷେପକୁ ତ୍ୱରାନ୍ବିତ କରିବା ଉପରେ ଫଳପ୍ରଦ ଆଲୋଚନା କରିଛନ୍ତି। ସୁଶାସନ, ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ଆମ ରାଜ୍ୟର ଲୋକଙ୍କ କଲ୍ୟାଣ ପାଇଁ ଆମର ମିଳିତ ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଛନ୍ତି।’ମାର୍ଚ୍ଚ ୧୬ରେ ହେବାକୁ ଥିବା ଦ୍ୱିବାର୍ଷିକ ନିର୍ବାଚନରେ ଭାଜପାର ସୁଜିତ କୁମାର ଏବଂ ମମତା ମହାନ୍ତ, ବିଜେଡିର ମୁଜିବୁଲ୍ଲା ଖାନ ଏବଂ ନିରଞ୍ଜନ ବିଶିଙ୍କ ଏପ୍ରିଲ ୨ରେ କାର୍ଯ୍ୟକାଳ ସମାପ୍ତ ହେବା ଦ୍ୱାରା ସୃଷ୍ଟି ହୋଇଥିବା ଖାଲି ପଦବୀ ପୂରଣ ହେବ।










