33.1 C
Bhubaneswar
Friday, February 27, 2026
Homeଓଡିଶାରାଜ୍ୟସଭା ପ୍ରାର୍ଥୀ: କଂଗ୍ରେସ ଲିଷ୍ଟରେ ୫ ନାଁ

ରାଜ୍ୟସଭା ପ୍ରାର୍ଥୀ: କଂଗ୍ରେସ ଲିଷ୍ଟରେ ୫ ନାଁ

ଭୁବନେଶ୍ୱର: ସ୍ୱାଧୀନ ଭାବେ ବିଜେଡି- କଂଗ୍ରେସ ସମର୍ଥନ କଲେ ଓଡିଶାର ସ୍ୱାର୍ଥ ରହିବ । ହାଇକମାଣ୍ଡଙ୍କ ସହ କଥା ହେବାକୁ ଦିଲ୍ଲୀ ଯାଉଛି । ପ୍ରାର୍ଥୀ ପତ୍ର ଫାଇନାଲ ହେବ । ତାଲିକାରେ ପ୍ରଫେସର ପ୍ରଭାସ ପଟ୍ଟନାୟକ , ଆଇନଜୀବୀ ପିକେ ରାଏ ଲଳିତ ମାନସିଂହ, ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଓ ଦତ୍ତେଶ୍ୱର ହୋତାଙ୍କ ନାଁ ରହିଛି । ଆମେ ରାଜନୀତିରେ ଘୋଡା ବେପାର ବନ୍ଦ କରିବାକୁ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଏଭଳି କିଛି ବୟାନ ଦେଇ କହିଛନ୍ତି କଂଗ୍ରେସ ସଭାପତି ଭକ୍ତ ଦାସ । ଅନ୍ୟପଟେ ବିଜେଡି ବିଧାୟକ ସାରଦା ଜେନା ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଚତୁର୍ଥ ଆସନକୁ ବିଜେଡି ଓହ୍ଲାଇବା କଥା, ଆଜି ବୈଠକରେ ସ୍ପଷ୍ଟ ହେବ । ବିଜେଡି ଏକ ହୋଇ ଅଛି । ବିରୋଧୀ ଦଳ ହିସାବରେ ଲଢିବ । ନବୀନଙ୍କ ନିଷ୍ପତ୍ତିକୁ ସବୁ ବିଧାୟକ ଗ୍ରହଣ କରିବେ । ନିଷ୍ପତ୍ତି ନେବାକୁ ପିଏସି ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking