33.1 C
Bhubaneswar
Friday, February 27, 2026
Homeଦେଶ ବିଦେଶସାତ ଜନ୍ମର ସାଥୀ ହେଲେ ବିଜୟ-ରଶ୍ମିକା

ସାତ ଜନ୍ମର ସାଥୀ ହେଲେ ବିଜୟ-ରଶ୍ମିକା

ନୂଆଦିଲ୍ଲୀ: ସାତ ଜନ୍ମର ସାଥୀ ହେଲେ ବିଜୟ-ରଶ୍ମିକା। ଦକ୍ଷିଣ ସିନେମା ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ବିବାହ ସମ୍ପନ୍ନ ହୋଇଛି। ରାଜସ୍ଥାନର ଉଦୟପୁର ସ୍ଥିତ ଆଇଟିସି ମେମେଣ୍ଟୋସ୍ ହୋଟେଲରେ ଏହି ଭବ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୯ ବର୍ଷର ସମ୍ପର୍କକୁ ସ୍ୱୀକୃତି ଦେଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଏହି ଲୋକପ୍ରିୟ ଯୋଡି। ଦୁହେଁ ପ୍ରଥମେ ପାରମ୍ପରିକ ତେଲୁଗୁ ରୀତିନୀତି ଅନୁଯାୟୀ ସକାଳ ୧୦ଟା ୧୦ରେ ବିବାହ କରିଛନ୍ତି। ଏହା ପରେ ସନ୍ଧ୍ୟାରେ କୋଡାଭା (ରଶ୍ମିକାଙ୍କ ସମ୍ପ୍ରଦାୟ) ରୀତିରେ ଆଉ ଏକ ସମାରୋହ ହେବ ବୋଲି ଖବର ରହିଛି। ବିବାହଟି ଅତ୍ୟନ୍ତ ଘରୋଇ ଓ ପରିବାର ଓ ନିକଟତମ ବନ୍ଧୁମାନଙ୍କ ଉପସ୍ଥିତିରେ ହୋଇଛି। ବିବାହ ଉତ୍ସବରେ ଫୋନ୍ ନିଷେଧ ରହିଛି। ଦମ୍ପତିଙ୍କର କୌଣସି ଫଟୋ ଯେପରି ଲିକ୍ ନହୁଏ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ବିବାହ ପରେ ସେମାନଙ୍କ ଟିମ୍ ପାପ୍ସମାନଙ୍କୁ ମିଠା ବାଣ୍ଟିଛନ୍ତି। ସେମାନଙ୍କ ବିବାହକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଛି, କେବଳ ପରିବାର ଏବଂ ନିକଟତମ ବନ୍ଧୁମାନେ ହିଁ ଯୋଗ ଦେଇଛନ୍ତି। ମାର୍ଚ୍ଚ ୪ ତାରିଖରେ ହାଇଦ୍ରାବାଦରେ ଏକ ଗ୍ରାଣ୍ଡ ରିସେପ୍ସନ ପାର୍ଟି ଅନୁଷ୍ଠିତ ହେବ। ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ପ୍ରଥମ ଥର ପାଇଁ ସେମାନଙ୍କ ଫିଲ୍ମ ‘ଗୀତା ଗୋବିନ୍ଦମ’ରେ କାମ କରୁଥିବା ସମୟରେ ଉଭୟ ଦେଖା ହୋଇଥିଲେ। ଏହାପରେ ଉଭୟଙ୍କ ଡେଟିଂ ଚର୍ଚ୍ଚା ହୋଇଥିଲା। ପରେ ସେମାନେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି, ଯାହା ସୁପରହିଟ୍ ହୋଇଛି। ୨୦୨୫ ଅକ୍ଟୋବରରେ ରଶ୍ମିକା ଏବଂ ବିଜୟ ହାଇଦ୍ରାବାଦର ଏକ ପଞ୍ଚତାରକା ହୋଟେଲରେ ଗୁପ୍ତ ଭାବରେ ନିର୍ବନ୍ଧ କରିଥିଲେ। ଏହି ନିର୍ବନ୍ଧ ଉତ୍ସବରେ କେବଳ ଦୁଇ ପରିବାରର ସଦସ୍ୟମାନେ ହିଁ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking