24.1 C
Bhubaneswar
Friday, February 27, 2026
Homeଦେଶ ବିଦେଶଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍ମାନଙ୍କ ନୂତନ ପ୍ରୟାସ

ଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍ମାନଙ୍କ ନୂତନ ପ୍ରୟାସ

ଭାରତ ମଣ୍ଡପମ୍ରେ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଏକ ଉତ୍ସାହଭରା ଦିନରେ ଦର୍ଶକମାନେ ବିଭିନ୍ନ କକ୍ଷରେ ପହଞ୍ଚି ଆଲୋଚନାରେ ଭାଗନେବା ସହ ବିଭିନ୍ନ ଷ୍ଟଲରେ ଥିବା ଉଦ୍ଭାବନଗୁଡ଼ିକୁ ଦେଖିଥିଲେ। ଏହି ଅବସରରେ ଅନୁଷ୍ଠିତ ଲାଇଭ୍ ପ୍ରଦର୍ଶନୀ ମାଧ୍ୟମରେ ଗୋଟିଏ ବାର୍ତ୍ତା ଦିଆଯାଇଥିଲା ଯେ ଏଆଇ ଆଉ କେବଳ ମଡେଲ୍ରେ ସୀମିତ ନାହିଁ, ବରଂ ଦୈନନ୍ଦିନ ଜୀବନରେ ଏହାର ବ୍ୟବହାରିକ ଉପଯୋଗିତା ବଢିଚାଲିଛି। ଏହି କାର୍ଯ୍ୟକ୍ରମ ସ୍ପଷ୍ଟଭାବେ ଦର୍ଶାଉଛି ଯେ ସରକାର କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପରି ଉଦୀୟମାନ ପ୍ରଯୁକ୍ତିଗୁଡ଼ିକୁ ନିତିଦିନିଆ ବ୍ୟବହାରିକ ପ୍ରୟୋଗରେ ପରିଣତ କରିବା ପାଇଁ ନିରନ୍ତର ଉଦ୍ୟମ କରିଚାଲିଛନ୍ତି। ପ୍ରଦର୍ଶନୀର ବିଭିନ୍ନ କ୍ଷେତ୍ରରେ କେବଳ ଆଇଡିଆଗୁଡ଼ିକୁ ଉପସ୍ଥାପନ କରାଯାଇନଥିଲା, ବରଂ ସେ ସମ୍ପର୍କରେ ଆଲୋଚନା ସହ ସେଗୁଡ଼ିକର ବାସ୍ତବିକ ପ୍ରୟୋଗକୁ ପ୍ରଦର୍ଶନ କରାଯାଇଥିଲା।

ଏଆଇ ସମିଟ୍ ଆଉ କେବଳ ଆଲୋଚନାରେ ସୀମିତ ନ ରହି ଏକ ସମାଧାନ ପ୍ରଦର୍ଶନ କରୁଥିବା ମଞ୍ଚରେ ପରିଣତ ହୋଇଥିଲା, ଯେଉଁଠାରେ ଆଇଡିଆଗୁଡ଼ିକ ସ୍ପଷ୍ଟ ଓ ବାସ୍ତବିକ ସମାଧାନରେ ରୂପାନ୍ତରିତ ହେଉଥିଲେ। ଏହି ଶିଖର ସମ୍ମିଳନୀ ଷ୍ଟାର୍ଟଅପ୍, ଗବେଷକ, ଶିଳ୍ପ ନେତା ଏବଂ ବିବିଧ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନବସୃଜନକାରୀଙ୍କୁ ଏକତ୍ର କରିଥିଲା। ଏହା ପରିବହନ, ଶିକ୍ଷା, ଶାସନ, ଭିତ୍ତିଭୂମି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟବହାରଯୋଗ୍ୟ ଏଆଇ ଗବେଷଣାକୁ ବ୍ୟବହାରିକ ସମାଧାନରେ ପରିଣତ କରିବାର ଏକ ବ୍ୟାପକ ଜାତୀୟ ପ୍ରୟାସକୁ ପ୍ରତିଫଳିତ କରେ।

ଏଆଇ ମାଧ୍ୟମରେ କୋଚିଂ
ଦର୍ଶକମାନେ ଯେତେବେଳେ ପ୍ରଦର୍ଶନୀ କକ୍ଷରେ ପ୍ରବେଶ କଲେ, ସେମାନେ ଦେଖିଲେ ଯେ କିଛି ଛାତ୍ରଛାତ୍ରୀ ଏକ ସ୍କ୍ରିନ୍ ଚାରିପଟେ ଏକତ୍ରିତ ହୋଇ ଏକ ଡ୍ୟାସ୍ବୋର୍ଡକୁ ଅଧ୍ୟୟନ କରୁଛନ୍ତି। ତାହା ହେଉଛି ସାଥୀ ( ସେଲ୍ଫ ଆସେସମେଣ୍ଟ, ଟେଷ୍ଟ ଏଣ୍ଡ ହେଲପ ଫର ଏଣ୍ଟ୍ରାନ୍ସ ଏକ୍ସାମ) । ଏହା ହେଉଛି ଶିକ୍ଷା ମନ୍ତ୍ରଣାଳୟ ଓ ଆଇଆଇଟି କାନପୁରର ଏକ ମିଳିତ ଉଦ୍ୟମ। ୨୦୨୩ରେ ଆରମ୍ଭ ହୋଇଥିବା ସାଥୀ ମାଗଣାରେ ୮ଟି ପ୍ରମୁଖ ପ୍ରତିଯୋଗିତାମୂଳକ ପରୀକ୍ଷା – ଜେଇଇ, ନିଟ୍, ସିଏଲଏଟି, ଆଇସିଏଆର, ସିୟୁଇଟି, ଏସଏସସି, ଆରଆରବି ଲାଗି ଏଆଇ-ଚାଳିତ ପ୍ରସ୍ତୁତି ଓ ମାର୍ଗଦର୍ଶନ ସହାୟତା ପ୍ରଦାନ କରିଥାଏ। ସାଥୀ ଏଆଇ-ଆଧାରିତ ସନ୍ଦେହ ମୋଚନ, ଏକ ଅଧ୍ୟୟନ ଯୋଜନା ଜେନେରେଟର, ଦ୍ୱନ୍ଦ୍ୱ ଚିହ୍ନଟ ଉପକରଣ ଏବଂ ସ୍ୱୟଂଚାଳିତ ଟ୍ରାନ୍ସକ୍ରିପ୍ଟ ସାରାଂଶ ଭଳି ବୈଶିଷ୍ଟ୍ୟ ପ୍ରଦାନ କରେ। ଛାତ୍ରମାନେ ସାଧାରଣତଃ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଅଧ୍ୟୟନ କରନ୍ତି ନାହିଁ, ଏହାକୁ ଦୃଷ୍ଟିରେ ରଖି ଏହି ଦଳ ଛାତ୍ରମାନଙ୍କୁ ସେମାନଙ୍କ ନିଜସ୍ୱ କାର୍ଯ୍ୟସୂଚୀ ଅନୁସାରେ ଅଧ୍ୟୟନ କରିବାରେ ସାହାଯ୍ୟ କରିବା ପାଇଁ ଏଆଇ-ଚାଳିତ ବୈଶିଷ୍ଟ୍ୟଗୁଡ଼ିକୁ ଏକୀକୃତ କରିଛି। ଛାତ୍ରଛାତ୍ରୀମାନେ ନିଜର ଚୟନିତ ବିଷୟ ପାଇଁ ସେମାନଙ୍କର ଅଧ୍ୟୟନ ସମୟ ଆଧାରରେ ବ୍ୟକ୍ତିଗତ ପଠନ ଯୋଜନା ପ୍ରସ୍ତୁତ କରିପାରିବେ। ଏହି ସିଷ୍ଟମ ଅଧ୍ୟାପକଙ୍କ ଭାଷଣର ଟ୍ରାନ୍ସକ୍ରିପ୍ଟରୁ ଗୁରୁତ୍ବପୂର୍ଣ୍ଣ ସୂତ୍ର ଏବଂ ସାରାଂଶ ଉଦ୍ଧୃତ କରେ ଏବଂ ବିଚାରଗତ ଭ୍ରମକୁ ରେଖାଙ୍କିତ କରେ। ଏହି ବିଷୟବସ୍ତୁ ବର୍ତ୍ତମାନ ୧୩ଟି ଭାରତୀୟ ଭାଷାରେ ଉପଲବ୍ଧ, ଏବଂ ଏହାକୁ ଆହୁରି ବିସ୍ତାର କରାଯାଉଛି।

କ୍ୟାମେରାକୁ ଏଆଇ ଭିତ୍ତିକ ଇଣ୍ଟେଲିଜେଣ୍ଟ ସିଷ୍ଟମରେ ପରିବର୍ତ୍ତନ
ଆଉ ଟିକିଏ ଆଗକୁ ଗଲେ ପ୍ରସଙ୍ଗ ଶିକ୍ଷାରୁ ସୁରକ୍ଷା ନିରୀକ୍ଷଣକୁ ବଦଳିଯାଇଥିଲା। ଷ୍ଟଲଟି ଥିଲା ଗୁରୁଗ୍ରାମଭିତ୍ତିକ ଦଶନ୍ଧି ପୁରୁଣା ଆଇରିସ୍: ଭାଲ୍ୟୁ କାଟାଲିଷ୍ଟସର। ଏହି କମ୍ପାନି ପାରମ୍ପରିକ ସୁରକ୍ଷା ସମାଧାନ ସହିତ ଏଆଇକୁ ସମନ୍ୱିତ କରେ ବୋଲି ସୁରକ୍ଷା ଡିଜାଇନ୍ ମ୍ୟାନେଜର ଶ୍ରୀଯୁକ୍ତ ଜିଆ ଅହମ୍ମଦ ସୂଚନା ଦେଇଥିଲେ। କମ୍ପାନିର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ,“ ଧରନ୍ତୁ ଆପଣଙ୍କର ଏକ ଗୋଦାମ କିମ୍ବା ଅଫିସ୍ ଅଛି। ଆମେ ପ୍ରଥମେ ଏକ ବ୍ୟାପକ ସୁରକ୍ଷା ବିପଦ ମୂଲ୍ୟାଙ୍କନ କରୁ ଏବଂ ଆବଶ୍ୟକତା ଅନୁସାରେ ଏଆଇ-ଭିତ୍ତିକ ସୁରକ୍ଷା ସମାଧାନ ଡିଜାଇନ୍ କରୁ’’। ହାର୍ଡୱେରକୁ ବଦଳାଇବା ପରିବର୍ତ୍ତେ, “ଆଇରିସ୍” ଏଆଇ-ଚାଳିତ ସଫ୍ଟୱେର୍ ସହିତ ପାରମ୍ପରିକ କ୍ୟାମେରା ଇକୋସିଷ୍ଟମର କ୍ଷମତା ବୃଦ୍ଧି କରେ। “ପୂର୍ବରୁ, ସୁରକ୍ଷା ନିରୀକ୍ଷଣ ପ୍ରଣାଳୀ ମାନୁଆଲ୍ ମନିଟରିଂ ଉପରେ ବହୁତ ନିର୍ଭର କରୁଥିଲା। ଯଦି କୌଣସି ଘଟଣା ଘଟେ, ତେବେ ସମ୍ପୂର୍ଣ୍ଣ ରେକର୍ଡିଂର ସମୀକ୍ଷା କରିବାକୁ ପଡୁଥିଲା, ଯାହା ପ୍ରକ୍ରିୟାକୁ ଅତ୍ୟନ୍ତ ସମୟସାପେକ୍ଷ ଏବଂ ବ୍ୟୟବହୁଳ କରୁଥିଲା । କିନ୍ତୁ ଏବେ, ଏଆଇ-ସକ୍ଷମ ଉପକରଣ ସହିତ, ସମସ୍ତ ପ୍ରାସଙ୍ଗିକ ସୂଚନାକୁ ଥରକରେ ଗୋଟିଏ କମାଣ୍ଡ୍ରେ ଉଦ୍ଧାର କରାଯାଇପାରିବ। ଇଣ୍ଟେଲିଜେଣ୍ଟ ଫିଲ୍ଟରିଂ ପୋଷାକ ରଙ୍ଗ କିମ୍ବା ସମୟ ଅବଧି ଭଳି ବୈଶିଷ୍ଟ୍ୟଗୁଡ଼ିକ ଉପରେ ଆଧାର କରି ତୁରନ୍ତ ଫୁଟେଜକୁ ସଙ୍କୁଚିତ କରିଥାଏ, ଯେତେବେଳେ କି କ୍ୟାମେରା, ମୋସନ୍ ସେନ୍ସର ଏବଂ ଅନ୍ୟାନ୍ୟ ଡିଭାଇସଗୁଡ଼ିକୁ ସଂଯୋଗ କରୁଥିବା ସମନ୍ୱିତ ସିଷ୍ଟମଗୁଡ଼ିକ ରିଅଲ-ଟାଇମ ସତର୍କତା ପ୍ରଦାନ କରିଥାଏ। ଏହା କାର୍ଯ୍ୟର ଗତି ଏବଂ ଦକ୍ଷତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଥାଏ’’ ସେ କହିଥିଲେ।

ଭାଙ୍ଗିବା ପୂର୍ବରୁ ରେଳ ଧାରଣାର ନିରୀକ୍ଷଣ
ରେଲଲାବ୍ସର “ଆରିଷ୍ଟା” ସ୍ୱୟଂକ୍ରିୟ ଏବଂ ଏଆଇ-ଚାଳିତ ଯାଞ୍ଚ କ୍ଷମତା ପ୍ରଦାନ କରି ଟ୍ରାକ୍ ରକ୍ଷଣାବେକ୍ଷଣରେ ବିପ୍ଳବ ଆଣିଛି। ଏ ସମ୍ପର୍କରେ ରେଲଲାବ୍ସର ସହ-ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁମିତ ଆନନ୍ଦ କୁହନ୍ତି, “ଏହା ନିଜର ପାରିପାର୍ଶ୍ଵିକ ସ୍ଥିତିର ତାଲିମ ଉପରେ ଆଧାରିତ। ଆମେ ମୁଖ୍ୟତଃ ରେଳ ଟ୍ରାକ୍ରେ ଫାଟ (ବାହାର ଏବଂ ଆଭ୍ୟନ୍ତରୀଣ ଉଭୟ) ଚିହ୍ନଟ କରିବା ପାଇଁ ଅଲ୍ଟ୍ରାସୋନିକ୍ ତ୍ରୁଟି ଚିହ୍ନଟ ଜ୍ଞାନକୌଶଳର ବ୍ୟବହାର କରୁ।” ରୋବୋଟ୍ ଟ୍ରାକ୍ ପ୍ରୋଫାଇଲିଂ ପାଇଁ ଲେଜର ବ୍ୟବହାର କରେ ଏବଂ ଫାଟ ଚିହ୍ନଟ କରିବା ପାଇଁ ଏଆଇ-ଆଧାରିତ ଭିଜନ କ୍ୟାମେରା ମଧ୍ୟ ବ୍ୟବହାର କରେ। ସେ ଆହୁରି କହିଛନ୍ତି ଯେ ଏହା ବର୍ତ୍ତମାନର ଯାଞ୍ଚ ଦକ୍ଷତାକୁ ମାନୁଆଲ୍ ପଦ୍ଧତି ତୁଳନାରେ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରେ। ଏହି ଉତ୍ପାଦଗୁଡ଼ିକର ବ୍ୟବହାର ପରିସ୍ଥିତିକୁ ଶୀଘ୍ର ଚିହ୍ନଟ କରି ଟ୍ରେନକୁ ଲାଇନଚ୍ୟୁତକୁ ରୋକିବାରେ ସାହାଯ୍ୟ କରେ ଏବଂ ରେଳବାଇରେ ସୁରକ୍ଷା ଇକୋସିଷ୍ଟମକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରେ।
ଏସବୁ ସଫଳତା କାହାଣୀଗୁଡ଼ିକ ମଧ୍ୟରେ, ଏଆଇ ସମ୍ମିଳନୀ ଧୀରେ ଧୀରେ ଗତିଶୀଳ ହେବାରେ ଲାଗିଥିଲା। ସେଠାରେ ନୀତି ନିର୍ଦ୍ଧାରକ, ଛାତ୍ର, ପ୍ରଯୁକ୍ତିବିଜ୍ଞାନୀ ଏବଂ ଶିଳ୍ପ ପ୍ରତିନିଧିମାନେ ଷ୍ଟଲ୍ଗୁଡିକ ମଧ୍ୟରେ ଯାତାୟାତ କରୁଥିଲେ, ପ୍ରଶ୍ନ ପଚାରୁଥିଲେ ଏବଂ ଲାଇଭ୍ ପ୍ରଦର୍ଶନ ଦେଖୁଥିଲେ।
ଉପସଂହାର
ଏହି ଶିଖର ସମ୍ମିଳନୀରୁ କୌଣସି ତୁରନ୍ତ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉନାହିଁ। ବରଂ, ଏହା ଆମର ଦୈନନ୍ଦିନ ଜୀବନରେ ଏଆଇ ଚାଳିତ ଇଣ୍ଟେଲିଜେଣ୍ଟ ବ୍ୟବସ୍ଥାର ନିରନ୍ତର ସମନ୍ୱୟକୁ ପ୍ରତିଫଳିତ କରେ। ପରିବହନ କରିଡର, ମନ୍ଦିର ପରିସର, ଶ୍ରେଣୀଗୃହ ଏବଂ ଅନ୍ୟାନ୍ୟ ଅନେକ ସ୍ଥାନରେ ଏଆଇର ପ୍ରୟୋଗ ଦକ୍ଷତା, ସୁଗମତା ଏବଂ ସୁରକ୍ଷା ବୃଦ୍ଧି କରିବାରେ ସହାୟକ ହେଉଛି। ଧୀରେ ଧୀରେ ଆସୁଥିବା ଏହି ସମନ୍ୱୟ ହିଁ ଭାରତର ବିକାଶ ଯାତ୍ରାରେ ଏଆଇର ସ୍ଥାୟୀ ଗୁରୁତ୍ୱକୁ ଦର୍ଶାଏ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking