ଭୁବନେଶ୍ୱର: ମାର୍ଚ୍ଚ ୨ରେ ଗୁରୁତ୍ୱପୂର୍ଣ୍ଣ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଣତି ମଣତିର ସମୟ ଓ ଶୁଭବେଳା ନେଇ ହେବ ଆଲୋଚନା । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ୨୦୨୫-୨୬ ସଂଶୋଧିତ ଅଟକଳ ସହ ୨୦୨୬-୨୭ ବର୍ଷ ବଜେଟ ଅଟକଳ ରହିବ । ସୂଚାନଥାଉ କି ମାର୍ଚ୍ଚ ପ୍ରଥମ ସପ୍ତାହରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି ହେବ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଛତିଶା ନିଯୋଗ ସହ ଆଲୋଚନା ହୋଇଛି । ଖୁବଶୀଘ୍ର ସମୟ ସ୍ଥିର ହେବ । ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଗଣତି ମଣତି ପାଇଁ ଯୋଜନା କରୁଛୁ । ପରିଚାଳନା କମିଟି ଓ ମନ୍ଦିର ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । ଠାକୁରଙ୍କ ନୀତିକାନ୍ତି ଅନୁଯାୟୀ, କେଉଁ ସମୟରେ କଲେ ଠିକ ହେବ ବିଚାର ହେବ । ଏସବୁ ବିଚାର କରି ତାରିଖ ଘୋଷଣା ହେବ କହିଛନ୍ତି ଆଇନ ମନ୍ତ୍ରୀ ।










