21.1 C
Bhubaneswar
Tuesday, February 24, 2026
Homeଓଡିଶାଯୁବକଙ୍କୁ ପିଟିପିଟି ମାରିଦେଲେ ଅଭିଯୁକ୍ତଙ୍କ ସମ୍ପର୍କୀୟ

ଯୁବକଙ୍କୁ ପିଟିପିଟି ମାରିଦେଲେ ଅଭିଯୁକ୍ତଙ୍କ ସମ୍ପର୍କୀୟ

ମୟୁରଭଞ୍ଜ: ପ୍ରତ୍ୟକ୍ଷଦର୍ଶୀଙ୍କୁ ଗାଁ ରାସ୍ତାରେ ଗୋଡ଼େଇ ଗୋଡ଼େଇ ବାଡ଼େଇ ମାରିଲେ ୫ ଯୁବକ । ଖୁଣ୍ଟା ଥାନା ଗଡିଗାଁ ଗ୍ରାମର ଘଟଣା। ମୃତକ ଉକ୍ତ ଗ୍ରାମର କାହ୍ନୁ ମଢେଇ। ଏକ ହତ୍ୟାକାଣ୍ଡ ଘଟଣାରେ କାହ୍ନୁ ଥିଲେ ପ୍ରତ୍ୟକ୍ଷଦର୍ଶୀ। କୋର୍ଟରେ ସାକ୍ଷୀ ଦେବାରୁ ପିଟିପିଟି ମାରିଲେ ଅଭିଯୁକ୍ତଙ୍କ ସମ୍ପର୍କୀୟ। ଖୁଣ୍ଟା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଜଣେ ଥାନାରେ ଅଟକ ।ପୂର୍ବ ଘଟଣାରେ ଥିଲେ ପ୍ରତ୍ୟକ୍ଷଦର୍ଶୀ। ଆଉ ଘଟଣାରେ ସାକ୍ଷୀ ଦେବାକୁ ଯାଇ ଫେରିବା ପରେ ଆରମ୍ଭ ହେଲା ଝଗଡା। ଆଉ ଝଗଡାରୁ ଯୁବକଙ୍କୁ ଗାଁରେ ଗୋଡ଼େଇ ଗୋଡ଼େଇ ବାଡ଼େଇ ମାରିଲେ ଅଭିଯୁକ୍ତଙ୍କ ସମ୍ପର୍କୀୟ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ଗଡିଗାଁ ଗ୍ରାମରେ। ଗତ ନଭେମ୍ବର ମାସରେ ଧାନଘେରା ଗ୍ରାମରେ ରାତିରେ ଗ୍ୟାସ ସିଲିଣ୍ଡର ଚୋରି କରୁଥିବା ବେଳେ ଗ୍ରାମବାସୀମାନେ ଗଡିଗାଁ ଦେଉଳା ଗ୍ରାମର ବାପି କୋହ୍ଲାର ଏବଂ କାହ୍ନୁ ମଢେଇଙ୍କୁ ଧରିବା ସହିତ ଉଭୟଙ୍କୁ ମାଡ଼ ମାରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking