ଭୁବନେଶ୍ୱର: ରାଜ୍ୟରେ ୪୦ ଜଣ ସକ୍ରିୟ ମାଓବାଦୀ ଅଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି । କଳାହାଣ୍ଡି, ରାୟଗଡା, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର ଓ ବରଗଡରେ ସକ୍ରିୟ ଅଛନ୍ତି ମାଓବାଦୀ । ଏହି ୬ ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଦଳ ହୋଇ କାର୍ଯ୍ୟ କରୁଛନ୍ତି । ୫ ବର୍ଷରେ ୪୮ ମାଓବାଦୀ ନିହତ ହୋଇଛନ୍ତି, ୭୮ ମାଓବାଦୀ ଗିରଫ ହୋଇଛନ୍ତି । ୮୨ ମାଓବାଦୀ ଆତ୍ମ ସମର୍ପଣ କରିଥିବା ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୫ ମସିହାରେ ୨୫ ମାଓ କ୍ୟାଡରଙ୍କୁ ନିପାତ କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।










