ଭୁବନେଶ୍ୱର: ବିଜେପିରେ ମିଶିବେ କି ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ଭୋଗରାଇର ପୂର୍ବତନ ଟାଣୁଆ ନେତା ଅନନ୍ତ ଦାସଙ୍କ ପୁଅ ଅଭିଜିତ । ଆଜି ଏମିତି ଇସାରା ଦେଇଛନ୍ତି ଅନନ୍ତଙ୍କ ପୁଅ ଅଭିଜିତ ଦାସ । ସେ କହିଛନ୍ତି ସେ ଏବଂ ତାଙ୍କ ପରିବାର ଖୁବ ଶୀଘ୍ର ପଦ୍ମ ଧରିବାକୁ ଯାଉଛନ୍ତି । ତାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ତାଙ୍କ ପରିବାର ଏଭଳି ନିଷ୍ପତ୍ତି ନେବାକୁ ଯାଉଥିବା ଗତକାଲି ଅଭିଜିତ ବିଜେପି ରାଜ୍ୟ ସଭାପତିଙ୍କ ସମେତ ଦଳର କିଛି ଟାଣୁଆ ନେତାଙ୍କୁ ଭେଟିଥିଲେ ।










