କଟକ: ଆସନ୍ତା ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ । ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବେ । ଏଥିପାଇଁ ୩୦୮୨ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଏନେଇ ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ଆହୁରି କହିଛନ୍ତି, ୯ଟା ୩୦ ପର୍ଯ୍ୟନ୍ତ ସେଣ୍ଟରକୁ ଆସିଲେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ । ପୂର୍ବରୁ ୯ଟା ୧୫ ମିନିଟ ଯାଏଁ ସମୟ ଧାର୍ଯ୍ୟ ହୋଇଥିଲା . ଏଥିରେ ଆଉ ୧୫ ମିନିଟ ବୃଦ୍ଧି କରାଯାଇଚି । କପି ଯୋଗାଇଲେ କିମ୍ବା କିଛି ଅନିୟମିତତା କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ବୋର୍ଡ ପକ୍ଷରୁ ଚଳିତବର୍ଷ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି। ପ୍ରତି ସ୍କ୍ବାଡ୍ରେ ୨ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ସେହିପରି ସମସ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଏବଂ ନିରୀକ୍ଷକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି।










